ମାର୍କଣ୍ଡପୁର ଆଦିବାସୀ ବସ୍ତି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

9

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ପୌରପରିଷଦ ଅଧିନସ୍ଥ ମାର୍କଣ୍ଡପୁର ଆଦିବାସୀ ବସ୍ତି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାର୍କଣ୍ଡପୁର ଆଦିବାସୀ ବସ୍ତିଟି ଏବେ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଛନ୍ତି। ଏହି ସୁବିଧା ଜିଲା ଦଳିତ ବିକାଶ ପରିଷଦର ଜିଲା ସଭାପତି ଶଙ୍କର ଦାସଙ୍କ ଯୋଗୁ ସେମାନେ ଆଜି ନିଜର ଘରବାଡି ପଟା ଓ ବିଜୁପକାଘର ଯୋଜନା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନା ଏବେ ଉକ୍ତ ଆଦିବାସୀ ବସ୍ତିରେ ସାମିଲ ହେଉଥିବା ଯୋଗୁଁ ଆଜି ବସ୍ତିପାଇଁ ଲଢେ଼ଇ କରି ସୁଫଳ ଆଣି ଥିବା ଦଳିତ ବିକାଶ ପରିଷଦ ସଭାପତିଙ୍କୁ ମାର୍କଣ୍ଡପୁର ଆଦିବାସୀ ବସ୍ତି ର ସମସ୍ତ ବସ୍ତିବାସିନ୍ଦା ସମ୍ବର୍ଦ୍ଧିତ କରିବା ସହିତ ସାହି ରେ ଏକ ଶୋଭାଯାତ୍ରାରେ ଶ୍ରୀ ଦାସଙ୍କୁ ପରିକ୍ରମା କରାଇଥିଲେ।ତେବେ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଲିଙ୍ଗରାଜ ଲେଙ୍କା, ଅଶୋକ ସାମଲ, ଦଳିତ ବିକାଶର ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ, ଶିକ୍ଷାବିତ କାଳନ୍ଦୀ ପଧାନ, ଯୋଗଦେଇ ଆଗକୁ ଦଳିତ ବିକାଶ ପରିଷଦ ବସ୍ତିର ଉନ୍ନତି ନିମନ୍ତେ ସରକାରଙ୍କ ନିକଟରେ ବିଭିନ୍ନ ଦାବୀ ଉପସ୍ଥାପନ କରିବ ଓ ଏଥିରୁ ବସ୍ତିର ଉନ୍ନତି ଯଥେଷ୍ଟ ହୋଇପାରିବ।କାର୍ଯ୍ୟକ୍ରମ ପରିଚାଳନାରେ ନବ ଟୁଡୁ, ଗଣେଶ୍ୱର ହାଁସଦା, ହୀରା ଟୁଡୁ,ମାଇଁନ ହାଁସଦା, କିଶନ ମାରାଣ୍ଡି, ପ୍ରମୂଖ ସହାୟତା କରିଥିଲେ।ସମ୍ବର୍ଦ୍ଧିତ ଶଙ୍କର ଦାସ ତାଙ୍କ ବକ୍ତବ୍ୟ ରେ କହିଥିଲେ ବସ୍ତିର ସମସ୍ତ ଲୋକ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିବି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More