ମାରୁତି ସେନାର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

127

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସଂସ୍କୃତି ଭବନ ଠାରେ ମାରୁତି ସେନାର ୫ମ ବାର୍ଷିକ ଉତ୍ସବ ଆୟୋଜନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଅଧ୍ୟାପକ ସୁର ସାର, ସମ୍ମାନିତ ଅତିଥି ଥିଲେ ପୁରୀ ଓକିଲ ସଙ୍ଘର ସାଧାରଣ ସମ୍ପାଦକ ବିଭୁତି ଶଙ୍କର ତ୍ରିପାଠୀ, ଡାକ୍ତର ରାଜୀବ ମିଶ୍ର, ମାରୁତି ସେନା ପୁରୀ ଜିଲ୍ଲା ସଭାପତି କୁନା ମିଶ୍ର, ବିକାଶ ଚନ୍ଦ୍ର ବେହେରା ଓ ମୁଖ୍ୟ ବକ୍ତା ଥିଲେ ଜଗନ୍ନାଥ ସେନାର ଆବାହକ ପିକୁ ପଟ୍ଟନାୟକ,ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲାରୁ ସହ ସହ ସମାଜସେବୀ ଯୋଡି ହୋଇଥିଲେ । କିଭଳି ନିସ୍ଵାର୍ଥ ପର ଭାବେ ସଚ୍ଚା ହୃଦୟରୁ ଅସହାୟଙ୍କ ସେବା କରି ହେବ ତାରି ଉପରେ ଅତିଥି ମାନେ ଉଦବୋଦ୍ଧନ ଦେଇଥିଲେ । କିଭଳି ଅଧିକରୁ ଅଧିକ ଯୁବ ସମାଜ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇ ପାରିବେ ତାର ଉପରେ ଆଲୋଚନା ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ମାରୁତି ସେନା ରାଜ୍ୟ ସଭାପତି ପପୁ ଦଳବେହେରା । ବାବୁନି,ରଂଜିତ ଧଳବିଶୋଇ, ପ୍ରଶାନ୍ତ ଖଣ୍ଡୁଆଳ, ରାଜୁ ସାହୁ, ସୁକାନ୍ତି ବାରିକ,ବାବୁ, ହୁରି, କାବୁ,ଜଗନ, ନେହା, ପାୟଲ ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More