ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ଓଡ଼ିଶା ଏକ କୃଷି ପ୍ରବଣ ରାଜ୍ୟ ।କୃଷିର ଉନ୍ନତିରେ କୃଷକର ଉନ୍ନତି ହେବ ।ପଞ୍ଜାବ ଭଳି ଓଡ଼ିଶା ହେବ କୃଷିସମୃଦ୍ଧ ରାଜ୍ୟ । ଯାହାକୁ ଦୂରଦ୍ରଷ୍ଟା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଲକ୍ଷ୍ୟ ଥିଲା । ଯାହାକୁ ନେଇ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପକୁ ଭିତ୍ତିପ୍ରସ୍ତର ସ୍ଥାପନ ଦେଇଥିଲେ । ଏହାକୁ ସଂପୂର୍ଣ୍ଣ କରିବା ପାଇଁ ଓଡିଶାବାସୀଙ୍କ ଦରଦୀବଂନ୍ଧୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକାର କରାଇଥିଲେ । ଦୀର୍ଘ ୨୯ ବର୍ଷର ପରେ ଶେଷ ହେବାକୁ ଯାଉଛି ଦେଓ ମଧ୍ୟମ ପ୍ରକଳ୍ପ । ଆଜି ଶୁଭ ଉଦଘାଟନ ହେଇଥିବାରୁ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଶିମିଳିପାଳ ଅଭୟାରଣ୍ୟ ରୁ ବାହାରିଥିବା ଦେଓ ନଦୀ ଉପରେ ଦୁଇ ପାହାଡ଼କୁ ବନ୍ଧ ବାନ୍ଧି ଦେଓ ନଦୀ ବନ୍ଧ ପ୍ରକଳ୍ପ ଆରମ୍ଭ ହେଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାଏକଙ୍କ କରକମଳରେ ତା ୨୮.୦୪.୧୯୯୩ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଥିଲା ।ସେତେବେଳେ ଏହି ପ୍ରକଳ୍ପ ର ମୂଲ୍ୟ ୫୨ କୋଟି ଟଙ୍କା ଥିଲା । ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ଥିବା ଉକ୍ତ ପ୍ରକଳ୍ପଟିକୁ ସମ୍ପୂର୍ଣ କରାଯିବା ପାଇ ୨୦୧୮ ମସିହା ମୂଲ୍ୟ ସୂଚନା ଅନୁଯାୟୀ, ୯୪୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ବର୍ତମାନ ସୁଧା ୮୨୩ କୋଟି ଟଙ୍କା ଖର୍ଚ କରାଯାଇଥିବାର ସୂଚନା ମିଳିଛି। ଏହି ନଦୀ ବନ୍ଧର ବାମପାର୍ଶ୍ଵ ମୁଖ୍ୟ କେନାଲର ଦୈର୍ଘ୍ୟ ୨୫.୨୦ କି.ମି ଏବଂ ଦକ୍ଷିଣପାର୍ଶ୍ଵ ମୁଖ୍ୟ କେନାଲର ଦର୍ଘ୍ୟ ୩୨.୬୯ କି.ମି ଦ୍ଵାରା ୯୯୦୦ ହେକ୍ଟର ଜମି ଜଳସେଚିତ ହେବା ସହିତ ୧୦୦ ଟି ଗ୍ରାମର ( ୨୦୧୧ ଜନଗଣନା ଅନୁଯାୟୀ ) ମୋଟ ୧,୭୮,୫୧୭ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରାଯାଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ ଟି ଗ୍ରାମର ୬୬୭୭ ହେକ୍ଟର ଏବଂ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ ଟି ଗ୍ରାମର ୩୨୨୩ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଅଛି। ଚଳିତ ଖରିଫ ଋତୁରେ ଅତିରିକ୍ତ ୪୦୦୦ ହେକ୍ଟର ଚାଷୋପଯୋଗୀ ଜମିକୁ ପ୍ରଥମଥର ପରୀକ୍ଷା ମୂଳକ ଭାବେ ଜଳସେଚିତ କରାଯାଇ କୃଷକ ମାନଙ୍କର ବିକାଶ ଧାରାକୁ ତ୍ଵରାନ୍ନିତ କରାଯିବ ବୋଲି ଯୋଜନା ରହିଛି । ମୋଟ ୫ଟି ଆଂଶିକ ବୁଡି ଓ ୪ଟି ସମ୍ପୂର୍ଣ ବୁଡି ଗ୍ରାମର ୯୪୮ ବିସ୍ଥାପିତ ପରିବାରକୁ ୮ଟି ବିସ୍ଥାପିତ କଲୋନୀ ଏବଂ ଅନ୍ୟତ୍ର ଥଇଥାନ କରାଯାଇଅଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VC ଜରିଆରେ ଦେଓ ପ୍ରକଳ୍ପ କୁ ଶୁଭ ଉଦଘାଟନ କରିଛନ୍ତି । କରଞ୍ଜିଆ ହାତିବାରି ଉତ୍ସବ ମୁଖର ହେଇପଡିଥିଲା । ଏଥିରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ,ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ , ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ଜଳ ସମ୍ପଦ ବିଭାଗ ର ଅତିରିକ୍ତ ସଚିବ ଅନୁ ଗର୍ଗ , କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ରାଜ୍ୟ ସଭା ସାଂସଦ ମମତା ମହାନ୍ତ ପ୍ରଭୁତି ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ସ୍ୱତେ ବି ହାତିବାରି କୁ ଲୋକମାନଙ୍କ ସୁଅ ଛୁଟିଥିଲା । ରାଇରଙ୍ଗପୁର ରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More