ମାନିଗାଁ ବିଦ୍ୟାଳୟରେ ଛାତ୍ରର ମୃତ୍ୟୁ ପରେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ମାନିଗାଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୭/୧୧/୨୦୨୨ ତାରିଖ ସୋମବାର ଦିନ ଏକ ଛାତ୍ର ନିଖୋଜ ପରେ ୯/୧୧/୨୦୨୨ ତାରିଖ ବୁଧବାର ଦିନ ଛାତ୍ରର ଝୁଲନ୍ତା ମୃତଦେହ ମିଳିଥିଲା । ଫଳରେ ଛାତ୍ରଙ୍କ ପରିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପରକୁ ଆକ୍ରମଣ କରିବା ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ : ଡାବୁଗାଁ ଥାନା ଅଧିନ ବାଉଁଶବେଡା ଗ୍ରାମର ଖଗପତି ହରିଜନଙ୍କ ପୁଅ ଶଙ୍କର ହରିଜନଙ୍କ ଝୁଲନ୍ତା ମୃତ ଦେହ ମିଳିବା ପରେ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ହୋଇଥିଲା | ପରେ ମୃତକର ସମ୍ପର୍କୀୟ ମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ରାସ୍ତା ଉପରେ ମାଡ ମାରିଥିଲେ | ଏନେଇ ପ୍ରଧାନ ଶିକ୍ଷକ ସାନକିଶୋର ନାୟକ ଗୁରୁବାର ଡାବୁଗାଁ ଥାନା ରେ ଏତଲା ଦେଇଛନ୍ତି | ଉକ୍ତ ଏତଲା ରେ ମୃତ ଛାତ୍ରର ପିତା ଓ ବାଉଁଶବେଡା ଗ୍ରାମର ୨୦ରୁ ଉର୍ଦ୍ଧ୍ଵ ଙ୍କ ନାମରେ ଏତଲା ଦେଇଛନ୍ତି | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୭୬/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More