ମା’ନାରାୟଣୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

14

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : – ବିରିଡି ବ୍ଲକ ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତ ଅଲିପଡା ଗ୍ରାମରେ ଶୁକ୍ରବାର ମା’ନାରାୟଣୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ କଳସି ଯାତ୍ରା, ମଣ୍ଡଳ ସ୍ଥାପନ, ସୂର୍ଯ୍ୟପୂଜା,ମଣ୍ଡଳ ପୂଜା, ମନ୍ଦିର ପ୍ରତିଷ୍ଠା, ମା’ଙ୍କ ସ୍ନାନ, ଚଣ୍ଡିପାଠ,ହୋମ ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମଙ୍କୁ ମା’ ନାରାୟଣୀ ମନ୍ଦିର ପରିଚାଳନା କମିଟି ଅଲିପଡାର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।ମନ୍ଦିର ପ୍ରତିଷ୍ଠା ଦେଖିବାକୁ ବହୁ ଶ୍ରଦ୍ଧାଳୁ, ଆଧ୍ୟାତ୍ମିକ ପ୍ରେମୀ ଓ ଜନ ସାଧାରଣଙ୍କ ଭିଡ଼ ହୋଇଥିଲା। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More