ଜଗତସିଂହପୁର ( ସଂଘର୍ଷ ମିଡିଆ ) : ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ଓ ମୁକ୍ତ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଆଜି ତା ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଜୟା ପଣ୍ଡାଙ୍କ ଦ୍ୱାରା ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ – ଡ଼.ଶତ୍ରୁଘନ ଦାସ , ଜ଼ିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ – ଡ଼. ପି କେ ବାରିକ (ପରିବାର କଲ୍ୟାଣ ବିଭାଗ), ଜ଼ିଲ୍ଲା ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକର୍ମ ପ୍ରବନ୍ଧକ ଚକ୍ରଧର ଜେନା , ଆକାଉଣ୍ଟ କାର୍ଯ୍ୟକର୍ମ ପ୍ରବନ୍ଧକ ( ସୁନୀଲ କର ), ସୁକାନ୍ତ କୁମାର ପ୍ରଧାନ (ଉପ ପ୍ରବନ୍ଧକ ପ୍ରଯଜନ ଓ ଶିଶୁ ସ୍ୱାସ୍ଥ୍ୟ ), ମନୋରୋଗ ମନସ୍ତତ୍ଵ ବିତ ସୁସ୍ମିତା ମାଝୀ ଓ ମାନସିକ ରୋଗୀ ସହାୟକ ସାମାଜିକ କର୍ମୀ ତାପସ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଏକ ଭ୍ରାମ୍ୟମାଣ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରର ଉଦଘାଟନ ହୋଇଯାଇଅଛି ଏହି କାର୍ଯ୍ୟକର୍ମ ଅଧୀନ ରେ ପ୍ରତି ମାସ ର ଏକ ନିର୍ଦ୍ଧିଷ୍ଟ ତାରିଖ ରେ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ମାନସିକ ରୋଗ ବିଶେଷଜ୍ଞ ମାନଙ୍କ ଦ୍ୱାରା ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମୁକ୍ତ ଚିକିତ୍ସା ଔଷଧ ଓ ପରାମର୍ଶ ଯୋଗାଇ ଦିଆଯିବା ସଙ୍ଗେ ସଙ୍ଗେ ଶଯ୍ୟାଶାୟୀ ଓ ପରିତ୍ୟକ୍ତ ମାନସିକ ରୋଗୀମାନଙ୍କୁ ଘରୋଇ ଚିକିତ୍ସା ଉଦ୍ଧାର ଓ ଥଇଥାନର ବ୍ୟବସ୍ଥା କରାଯିବ ଯାହାଦ୍ୱାରା ଲୋକମାନେ ସୁବିଧାରେ ମାନସିକ ରୋଗର ଚିକିତ୍ସା ପାଇବା ସଙ୍ଗେସଙ୍ଗେ ଓ ସଚେତନ ହୋଇପାରିବେ ଯାହା ଅବହେଳିତ ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷପ ସାବ୍ୟସ୍ତ ହେବ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।