ମାନବ ସେବା ହିଁ ଜୀବନର ପରମ ଧର୍ମ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

9

Get real time updates directly on you device, subscribe now.

ପୁରୀ ଦି ମୁମେଣ୍ଟ ସାମାଜିକ ଅନୁଷ୍ଠାନ, ପୁରୀ ପକ୍ଷରୁ ରାଣୀ ସତୀ ଭବନ ଠାରେ ସମାଜ ସେବା ଜୀବନର ପରମ କର୍ତ୍ତବ୍ୟ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଉଯାଇଛି l ଅନୁଷ୍ଠାନର ସଭାପତି ପ୍ରତିଭା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ସେବା ହିଁ ପରମ ଧର୍ମ l ସ୍ବର୍ଗତ ମଦର ଟେରେସା ମାନବ ସେବାକୁ ବ୍ରତ ରୂପେ ଗ୍ରହଣ କରି ସମାଜର ଅବହେଳିତ ଦୂରାରୋଗୀ ମାନଙ୍କ ସେବା କରି ଆନନ୍ଦିତ ହେଉଥିଲେ l ଅନ୍ୟତମ ଅତିଥିଭାବେ ବରିଷ୍ଠ ଆଇନୀଜୀବୀ ପୁଷ୍କର ମହାପାତ୍ର, ପ୍ରଫେସର ଅଭିମନ୍ୟୁ ଭୂୟାଁ, ବିଶିଷ୍ଟ ଲେଖକ ସୁରେଶ କୁମାର ପଟ୍ଟନାୟକ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ସାମାଜିକ କର୍ମୀ ତୃପ୍ତି ପଣ୍ଡା ମଂଚାସୀନ ଥିଲେ l ସେମାନେ କହିଲେ ଯେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଧି ପ୍ରଥମ ଭାଗ ଅନୁଯାୟୀ ହାତୀଗୁମ୍ଫା ଶିଳାଲେଖରେ ରହିଛି ନୃତ୍ୟ ଗୀତ, ସଂଗୀତ ଆସରକୁ ରାଜ ଦରବାର ଓ ଜମିଦାରଙ୍କ ସଭାରେ ସମାଜ କୁହାଯାଉଥିଲା l ଏହା ପାର୍ଲି ଭାଷାରେ ବର୍ଣ୍ଣିତ l ପରବର୍ତ୍ତୀ ସମୟରେ ଧାର୍ମିକ ଅନୁଷ୍ଠାନ ମାନଙ୍କୁ ସମାଜ କୁହାଗଲା ଯାହାର ମୂଳ ଲକ୍ଷ୍ୟ ଲୋକ ମଙ୍ଗଳ, ଲୋକ ସେବା ପାଇଁ ନୀତି ଶାସ୍ତ୍ର ପ୍ରଣୟନ କରିବା l ଷୋଡଶ ଶତାବ୍ଦୀ ପ୍ରାରମ୍ଭରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଭାରତର ଏହି ପରମ୍ପରା ସଂସ୍କୃତିକୁ ଅଧ୍ୟୟନ କରି ମାନବ ସେବାକୁ ଜୀବନର ପରମ ଧର୍ମ ଓ ଲକ୍ଷ୍ୟ ରୂପେ ଗ୍ରହଣ କରିଥିଲେ ଏବଂ ତାଙ୍କ ସମ୍ବାଦ ପତ୍ର ନାମ ଦେଇଥିଲେ ସମାଜ l ଆୟୋଜିତ ଆଲୋଚନା ଚକ୍ରକୁ ଶିକ୍ଷାବିତ ଶିବସୁନ୍ଦର ମିଶ୍ର ସଂଯୋଜନା କରିଥିବା ବେଳେ ସମ୍ପାଦକ ପ୍ରଦୀପ କୁମାର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଶିକ୍ଷାବିତ ଅଶୋକ କୁମାର ମହାପାତ୍ର, ଡକ୍ଟର ରାନୁ ମିଶ୍ର, ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ, ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଦେବଦତ୍ତ ପ୍ରଧାନ, ପୌର୍ଣ୍ଣମାସି ଦେବୀ, ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ, ଅନିଲ କୁମାର ସାହୁ, , ରବିନାରାୟଣ ଦାସ, ଅଶୋକ କୁମାର ମିଶ୍ର, ଅଧ୍ୟାପକ ସହଦେଵ ସାହୁ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ନିଜର ମତ ରଖିଥିଲେ l ଏହି ଅବସରରେ ଶିକ୍ଷାବିତ କ୍ରିଷ୍ଣା ଦେବୀ, ସାମାଜିକ କର୍ମୀ ସନ୍ଦୀପ କର୍ମକାର, ସୁଶାନ୍ତ କୁମାର ସାହୁ, ହେମନ୍ତ କୁମାର ସାହୁ, ଶିତିକଣ୍ଠ ସ୍ୱାଇଁଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ଅନୁଷ୍ଠାନର ସହ ସମ୍ପାଦକ ଅନନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସୋମ୍ୟ ରଞ୍ଜନ ବିଶୋଇ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More