ମାନବିକତା ଭୁଲିଗଲେ ସରକାରୀ ବାବୁ, ଗରୀବ ଲୋକର ଦୁଃଖ ନ ବୁଝି ଏଡ଼ାଇ ଚାଲିଗଲେ

9

Get real time updates directly on you device, subscribe now.

କଣାସ(ସଂଘର୍ଷ ମିଡିଆ) : – ମାନବିକତା ଭୁଲିଗଲେ ସରକାରୀ ବାବୁ। ଗରୀବ ଲୋକର ଦୁଃଖ ନ ବୁଝି ଏଡ଼ାଇ ଚାଲିଗଲେ। ପୁରୀ ଜିଲ୍ଲା କଣାସ ବ୍ଲକ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ ଶିବିରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୃଦ୍ଧ ଆବାସ ଯୋଜାନରେ ଘର ଖଣ୍ଡିଏ ଓ କିଛି ଆର୍ଥିକ ସାହାଯ୍ୟ ପାଉଁ ଜନଶୁଣାଣୀ ଶିବିରରେ ଉପସ୍ଥିତ ଥିବା ପୁରୀର ଅତିରିକ୍ତ ଜିଲାପାଳ କୈଳାସ ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ସରକାରୀ ଅଫିସରଙ୍କ ଆଗରେ ଅଧିଆ ପଡ଼ିଥିଲେ। ହେଲେ ବୃଦ୍ଧଙ୍କ ଅସହାୟତା ନଜରକୁ ଆସିଲା ନାହିଁ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନଜରକୁ । ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଈରାଲ ପରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅମାନବୀୟ ଆଚରଣକୁ ସବୁ ମହଲରେ କଡ଼ା ସମାଲୋଚନା କରାଯାଇଚି। ଗରୀବ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣି ଆୟୋଜନ କରାଯାଉଥିବା ବେଳେ ଏହା ଏବେ ପ୍ରହସନରେ ପରିଣତ ହୋଇଛି। ଲୋକ ମାନେ ନିଜ ସମସ୍ୟା ସମାଧାନ ପାଇଁ ବଡ ବଡ ବାବୁଙ୍କ ଠାରେ ଅଧିଆ ପଡୁଥିବା ବେଳେ ସରକାରୀ ବାବୁ ମାନେ କାହିକି ଚାକିରିରେ ଅଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ତେବେ କଣାସ ବ୍ଲକ ଜନ ଶୁଣାଣୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଅଧିଆ ପଡିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କଣାସ ଗଡ଼ ସାହିର କାହ୍ନୁ ଚରଣ ନାୟକ। ସୂଚନା ଅନୁଯାୟୀ କାହ୍ନୁ ଅତ୍ୟନ୍ତ ଗରିବ ବ୍ୟକ୍ତି। ସେ ଜରିପାଲ ଟଣା ଯାଇଥିବା ଏକ ଘରେ ରହୁଛନ୍ତି। ଏଣୁ ତାଙ୍କୁ ସରକାର ଏକ ପକା ଘର ପ୍ରଦାନ କରିବା ନେଇ ପୁର୍ବରୁ ଅନେକ ଥର ବ୍ଲକ ପ୍ରଶାସନକୁ ଗୁହାରି କରିଥଲେ। ହେଲେ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ। ତେବେ ଶେଷରେ ସେ ନିରୁପାୟ ହୋଇ କଣାସ ବ୍ଲକରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ପହଂଚି ନିଜର ଦୁଃଖ ଜଣାଇବାକୁ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକଙ୍କ ଆଗରେ ଅଧିଆ ପଡିଥିଲେ। ହେଲେ ଦୁଃଖ ବିଷୟ ଅତିରିକ୍ତ ଜିଲାପାଳ କାହ୍ନୁଙ୍କ ଅଭିଯୋଗ ନଶୁଣି ଚାଲିଯାଇଥିଲେ । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ 5 ଟି ଯୋଜନା ପ୍ରଣୟନ କରିଛନ୍ତି। ତତ୍କାଳରେ ଲୋକଙ୍କ ଅସୁବିଧା ସମାଧାନ କରିବା ପାଈଁ ମୂଖ୍ୟମନ୍ତ୍ରୀ ସବୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି। କିନ୍ତୁ ପୁରୀ ଜିଲା କଣାସ ବ୍ଲକର ଜନଶୁଣାଣି ଶିବିରର ଦୃଶ୍ୟ ଦେଖିଲେ ଜଣାପଡ଼ୁଛି କିଛି ସରକାରୀ ଅଧିକାରିଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ଲୋକେ ପାଇବା ରୁ ବଞ୍ଚିତ ହେଉଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More