ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

38

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : –ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ର ଗିରୀ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ଥ ହୋଇ ପଡିରହି ଥିବା ବାପା ଝିଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚନ୍ଦ୍ର ଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କର ଚିକିତ୍ସା କରାଇଥିବା ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ସୂଚନା ଯୋଗ୍ୟ ଯେ ମୋହନା ବ୍ଲକ ପରିଦର୍ଶନରେ ଯାଇ ଫେରୁଥିବା ବେଳେ ରାସ୍ତାରେ ବାଇକ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କଲେ । ମୋହନାରୁ ଫେରୁଥିବା ବେଳେ ଚନ୍ଦ୍ରଗିରି କାନାରା ବ୍ୟାଙ୍କ ନିକଟରେ ବାଇକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିରହିଥିଲେ ନୁଆଗଡ ଗ୍ରାମର ‌ହରେକୃଷ୍ଣ ମହନ୍ତ ଓ ତାଙ୍କ ଝିଅ ଶୁଭସ୍ମିତା ମହନ୍ତ । ଏଭଳି ପରିସ୍ଥିତି ଦେଖି ଗାଡ଼ି ରଖି ଆହତଙ୍କୁ ନିଜ ଗାଡିରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ ଜିଲ୍ଲାପାଳ। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତେବେ ଚିକିତ୍ସା ପରେ ଉଭୟ ଆହତଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଜିଲ୍ଲାପାଳଙ୍କ ଏଭଳି ମହାନତା ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More