ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

11

Get real time updates directly on you device, subscribe now.

ରାଉରକେଲା9ସଂଘର୍ଷ ମିଡିଆ) : – ଶିକ୍ଷକମାନେ ସଦାସର୍ବଦା ଆବେଗମୟ। ସେମାନେ କେବେ ବୃଦ୍ଧ ହୁଅନ୍ତି ନାହିଁ କି ଅବସର ନିଅନ୍ତି ନାହିଁ ବୋଲି ଅତିଥି ମାନେ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶ କରିଛନ୍ତି । ପ୍ରାକ୍ତନ ସରକାରୀ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ସଂକଳିତ ଦୁଇଟି ପୁସ୍ତକ ‘ ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ‘ ପୁସ୍ତକ ଦ୍ବୟ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ଵର ରାଓ ଉପରୋକ୍ତ ମନ୍ତବ୍ଯ ଦେଇଛନ୍ତି । ରାଉରକେଲା ବିଧାୟକ ତଥା କାର୍ଯ୍ୟକ୍ରମର ସଂଯୋଜକ ସାରଦା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଉଦିତନଗର ହାଇସ୍କୁଲ ଠାରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ଵର ରାଓ ମୁଖ୍ୟଅତିଥି, ଏନଆଇଟି ର ପ୍ରାକ୍ତନ ଗଣିତ ବିଭାଗର ମୁଖ୍ୟ ଡଃ ଗୋପାଳକୃଷ୍ଣ ପଣ୍ଡା ଓ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆଭିମୁଖ୍ଯ ସଂପର୍କରେ ଉଦିତନଗର ଦେହାଇସ୍କୁଲର ପ୍ରଧାନ ଦେଶିକ୍ଷୟିତ୍ରୀ ଶକୁନ୍ତଳା କିଶାନ ପ୍ରଦାନ କରିଥିଲା ବେଳେ ପ୍ରାରମ୍ଭରେ ଓଷ୍ଟାର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ମଂଚ ପରିକଳ୍ପନା ଓ ସଂଯୋଜନା କରିଥିଲେ । ଓଷ୍ଟାର ରାଉରକେଲା ସିଟି ଜୋନ ସଂପାଦକ ଅରୁଣ କୁମାର ସ୍ବାଇଁ ଅତିଥି ଙ୍କୁ ମଂଚକୁ ନିମନ୍ତ୍ରଣ ପରେ ମୁଖ୍ୟ ଅତିଥି ପ୍ରଫେସର ରାଓ ଉପରୋକ୍ତ ମନ୍ତବ୍ଯ ସହ କହିଥିଲେ ଯେ ଶିକ୍ଷକ ମାନଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେମାନଙ୍କ ପରିଚୟ ସୃଷ୍ଟି ହୋଇଥାଏ। ସମ୍ମାନିତ ଅତିଥି ଡଃ ପଣ୍ଡା ଗଣିତ ଶିକ୍ଷା ପ୍ରତି ଗୁରୁତ୍ବାରୋପ କରିଥିବା ବେଳେ ଗଣିତକୁ ଶିକ୍ଷା ଭିତରେ ରାଣୀ ରୂପେ ଅବହିତ କରିଥିଲେ । ଏହା ସହ ଏହି ଦୁଇଟି ଉପାଦେୟ ପୁସ୍ତକ ପ୍ରତ୍ୟେକ ଲାଇବ୍ରେରୀରେ ସ୍ଥାନ ପାଇବା ଉଚିତ ବୋଲି ମତ ରଖିଥିଲେ । ବହି ର ଅର୍ଥ ବାହାର କରି କହିଲେ ବିଭିନ୍ନ ଜ୍ଞାନର ଭଣ୍ଡାର ହେଉଛି ପୁସ୍ତକ । ଅନ୍ୟତମ ଅତିଥି ବ୍ରଜେନ୍ଦ୍ର ଦାଶ ବକ୍ତବ୍ଯ ରଖିଥିବା ବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁଲିନ ରାଉତରାୟ ଓ ସାଥୀ ସ୍ବାଗତ ସଂଗୀତ ଗାନ କରିଥିଲେ । ନିଜ ଲିଖିତ ପୁସ୍ତକ ଦ୍ବୟ ସଂପର୍କରେ ଲେଖକ ଶ୍ରୀ ମିଶ୍ର ମନ୍ତବ୍ଯ ପ୍ରଦାନ କରିକହିଲେ ଯେ ଏହା ଦୈବୀ ନିର୍ଦ୍ଦେଶ ଓ ଅନ୍ତରାତ୍ମାର ଡାକରୁ ଏହା ସୃଷ୍ଟି ।ଶେଷରେ ଓଷ୍ଟାର ସିଟି ସଭାପତି ଶିଶିର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More