ମାତୃ ଆଶ୍ରୟ ଆଶ୍ରମର ଚତୁର୍ଥ ସ୍ଵନକ୍ଷେତ୍ର ଦିବସ ପାଳିତ

10

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ଆଜି ନବରଙ୍ଗପୁର ମାତୃ ଆଶ୍ରୟ ଆଶ୍ରମ କାଉନସିଲିଂ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଆଶ୍ରମ ସଭାପତି ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ଅଗଷ୍ଟ ୨୩ ଓ ୨୪ ତାରିଖ କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସଦସ୍ୟ ଓ ସହରବାସୀ ଙ୍କ ସହଯୋଗ କାମନା କରିଥିଲେ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ, ବିଧାୟକ ତଥା ନଗରପାଳ ଦିବଂଗତ ଜଗନ୍ନାଥ ତ୍ରିପାଠୀଙ୍କ ଷୋଡଶ ମହା ପ୍ରୟାଣ ଦିବସ ଆସନ୍ତା ଅଗଷ୍ଟ ୨୩ ତାରିଖ ଦିନ ଟାଉନ ହଲ ଠାରେ ପାଳନ କରାଯିବ। ଏହି ଦିନ ୧୩ ତମ ମା ସମ୍ମାନ ୪ ଜଣ ପ୍ରତିଷ୍ଠିତ ମହିଳା ମାନଙ୍କୁ ଦେବା ପାଇଁ ଜୁରୀ କମିଟି ନିର୍ଣ୍ଣୟ କରିଛି। ରାଷ୍ଟ୍ରପତି ସମ୍ମାନିତ ସେବୀକା ଶ୍ରୀମତୀ ସେବତୀ ସାହୁ, ଲାଖ ଶିଳ୍ପୀ ପ୍ରଭାତୀ ପାତ୍ର, ପୂର୍ବତନ ସାଂସଦ ଓ ବିଧାୟିକା ଶ୍ରୀମତୀ ହେମା ଗମାଙ୍ଗ, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିଳାମ୍ବର ମାଝୀ ଙ୍କ ଅବିବାହିତ କନ୍ୟା ତଥା କେନ୍ଦ୍ର ସରକାରଙ୍କ ପେନସନ ପ୍ରାପ୍ତ ମହିଳା ସୁଶ୍ରୀ ଲକ୍ଷ୍ମୀ ମାଝୀ ଙ୍କୁ ଏହି ମା ସମ୍ମାନ ଦିଆଯିବ। ଏତତ ବ୍ୟତୀତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ସ୍ୱର୍ଗତ ପୂର୍ଣ୍ଣ ଚନ୍ଦ୍ର ମହାଙ୍କୁଡ ଙ୍କ ଦୂତୀୟ ଗୁରୁ ସମ୍ମାନ ପାଇବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ସମାଜସେବୀ ଶ୍ରୀମତୀ ଜେମାମଣି ବିଷୋୟୀ। ଦୀର୍ଘ ୩୮ ବର୍ଷ ଧରି ସହିଦ ମଶାଲ ଯାତ୍ରାର ସହିଦ ମଶାଲ ପ୍ରଜ୍ଵଳନ କରି ଦିବାରାତ୍ର ରାମ ଧୂଁନ ପରେ ପର ଦିନ ରକ୍ତ ତୀର୍ଥ ସହିଦ ପୀଠକୁ ନିଆଯାଇ ପ୍ରାୟୋଜିତ କାର୍ଯ୍ୟକ୍ରମ ରେ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମରେ କବି ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଙ୍କ ରଚିତ ତଥା ପ୍ରକାଶ ସାମନ୍ତରାୟ ଙ୍କ ଦ୍ଵାରା ନିର୍ଦେଶୀତ ନାଟକ – ” ଟୁରି ନଦୀର ଅନ୍ତର କଥା” ମଞ୍ଚସ୍ଥ କରାଯିବ।
ସ୍ୱାଧୀନତା ସଂଗ୍ରାମୀ ସହିଦ ସୃତି ସଂସଦ ତରଫରୁ ଅଗଷ୍ଟ ୨୪ ତାରିଖ ଦିନ ପାପଡାହାଣ୍ଡି ସହିଦ ମିନାର ଠାରେ ଏକ ସ୍ୱାଧୀନତା ଆନ୍ଦୋଳନର ଏକ ତଥ୍ୟ ଭିତ୍ତିକ ପ୍ରଦର୍ଶନି ସହିଦ ସୃତି କମିଟିର ଅଧ୍ୟକ୍ଷ ଶ୍ରୀ ମୁନ୍ନା ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ପ୍ରଦର୍ଶିତ ହେବ। ବହୁ ସଂଖ୍ୟାରେ ମାତୃ ଆଶ୍ରୟ ଆଶ୍ରମ ସଦସ୍ୟ, ସହିଦ ଓ ସଂଗ୍ରାମୀ ପରିବାର ଦାୟାଦ ଯୋଗଦେବେ।
ଏହି ପ୍ରସ୍ତୁତି ବୈଠକରେ ଶ୍ରୀମତୀ ଜେମାମଣି ବିଷୋୟୀ, ଶ୍ରୀ ଜଗନ୍ନାଥ ମହାପାତ୍ର, ଶ୍ରୀ ସୁବାଷ ଚନ୍ଦ୍ର ସୁର, ଶ୍ରୀ ମୁନ୍ନା ତ୍ରିପାଠୀ, ଶ୍ରୀ ସର୍ବେଶ୍ୱର ପାତ୍ର, ଶ୍ରୀ ନାରାୟଣ ପଣ୍ଡା, ଶ୍ରୀ ନିରଞ୍ଜନ ମିଶ୍ର, ଶ୍ରୀ ସିରାଜ ଉଦ୍ଧିନ ଅହମଦ, ଶ୍ରୀ ଦିବାକର ପୂଜାରୀ, ଶ୍ରୀ ଅବଦୁଲ ଫିରୋଜ଼, ଶ୍ରୀମତୀ କାମିନୀ ତ୍ରିପାଠୀ, ସୁଶ୍ରୀ ପ୍ରଭାତୀ ପାତ୍ର, ଶ୍ରୀ କାଳୀ ପ୍ରସାଦ ପାତ୍ର, ଶ୍ରୀମତୀ ସୋଫିଆ ବେଗମ, ସୁଶ୍ରୀ ମାୟାରାଣୀ ପାତ୍ର, ଶ୍ରୀ ବୃନ୍ଦାବନ ତ୍ରିପାଠୀ, ଶ୍ରୀମତୀ ବୈଦେହି ମାଝୀ, ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ସୁଶ୍ରୀ ଝରଣା ପଟନାୟକ, ଶ୍ରୀ ପ୍ରକାଶ ସାମନ୍ତରାୟ, ଶ୍ରୀ ହରି ନାରାୟଣ ବେହେରା, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ସୁରଜ ଲାଲ ଯୋଗଦେଇ ପ୍ରସ୍ତୁତି ବୈଠକ ରେ ଭାଗ ନେଇଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More