କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଦିନ ଦିପ୍ରହରରେ ବାଲି ମାଫିଆମାନେ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ବେଧଡକ ଭାବେ ହଜାର ହଜାର ଟ୍ରକ୍ ଓ ଟ୍ରାକ୍ଟର ରେ ବାଲି ଉଠାଉଛନ୍ତି। ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ବାଲି ମାଫିଆମାନେ। ଏ ଘଟଣା ହେଉଛି ଆଳି ତହସିଲ ଅନ୍ତର୍ଗତ ଭୁଇଁପୁର ପଞ୍ଚାୟତର ଦୃଶ୍ୟ। ଭୁଇଁପୁର ପଞ୍ଚାୟତ କାଣି ନଦୀରୁ ମାଫିଆମାନେ ବେଆଇନ ଭାବେ ବାଲି ଉଠାଉଛନ୍ତି ଏନେଇ ଭୁଇଁପୁର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ପାତ୍ର ଓ ପଞ୍ଚାୟତର ଶତାଧିକ ଲୋକେ ଆଳି ତହସିଲଦାର ତପନ କୁମାର ସେନାପତିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ। ଆଳି ତହସିଲଦାର ଅଭିଯୋଗ ପାଇବା ପରେ ପ୍ରତିକ୍ରିୟାରେ କହିଛନ୍ତି ମୋ ନଲେଜକୁ ଆସିନାହିଁ। ତହସିଲଦାରଙ୍କ ଏଭଳି କଥା ସୁଣି ଆଶ୍ଚର୍ଯ୍ୟ ଭଳି ମନେହେଉଛି। ଏଠି ପ୍ରଶ୍ନ ଉଠୁଛି ଆଳି ତହସିଲଦାରଙ୍କ ଅଧୀନରେ ପ୍ରାୟ ଏରିଆରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଥିବାବେଳେ ଏଭଳି କଥା କେତେ ଯଥାର୍ଥ ତାହା ବୁଝାପଡୁନି। ଯାହା ମନେ ହେଉଛି ବାଲି ମାଫିଆ ଓ ଅସାଧୁ ଅଫିସର ଓ କର୍ମଚାରୀଙ୍କ ମିଲି ଭଗତରେ ଏଭଳି କାମ ହେଉଛି କି? ସେହି ବେଆଇନ ବାଲି ଉଠାଣ ଯୋଗୁ ନଦୀକୁ ଶୈଚ ହେବାକୁ ଯାଉଥିବା ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ଅଭିଯୋଗ ପରେ ଆଳି ତହସିଲଦାର କିପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।(ଆଳିରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)