ମାଣ୍ଡିଆ(ପୁଷ୍ଟି ଶସ୍ୟ)ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) – ଓଡିଶା ସରକାରଙ୍କ ପ୍ରୟାସରେ ରାଜ୍ଯରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି । ଓଡିଶାବାସୀଙ୍କୁ ପୁଷ୍ଟି ଶସ୍ୟର ଖାଦ୍ୟ କିପରି ପାଇବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ଯ ପ୍ରତ୍ୟେକ ବ୍ଲକ ମାନଙ୍କରେ ଅନୁଷ୍ଠିତ କରାଯାଉଅଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ୍ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ଵାରା ଚାଷୀମାନଙ୍କ ପାଇଁ ସଚେତନତା ପୁଷ୍ଟିଶସ୍ୟ ଖାଦ୍ୟର ମେଳା ଅନୁଷ୍ଠିତ କରାଯାଉଅଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବିଜାତଳାବ୍ଲକର ରାଇହରି ପଂଚୟତ ଏକଡାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ଆୟୋଜନ କରାଯାଇଥିଲା । ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାସ ମହୋଦୟ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ବିଡ଼ିଓ ଯୋଗ ରଂଜନ ନାୟକ,ଅନ୍ୟତମ ଅତିଥି ତହସିଲଦାର ଜଗବନ୍ଧୁ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଜୟ ମହାନ୍ତି କୃଷି ଅଧିକାରୀ,ରାଇହରି ସରପଞ୍ଚ ରାମଚନ୍ଦ୍ର ବେଶ୍ରା, ରାଇହରି ପଞ୍ଚୟତର ସମିତି ସଭ୍ୟ ଆଶିଷ କୁମାର ଦାସ,ରାଇରଙ୍ଗପୁର ଅତିରିକ୍ତ କୃଷି ଅଧିକାରୀ କିସୁନ ମୁର୍ମୁ ଏବଂ ଦୁଲାଲର ପ୍ରୋଗ୍ରାମ କୋଅର୍ଡିନେଟର ଅରୁଣ ଶେଖର,ପ୍ରମୁଖ ଯୋଗଦାନ କରି ମିଲେଟ ମେଳାର ଶୁଭ ଉଦ୍ଘାଟନ କରିଥିଲେ । କୃଷି ଅଧିକାରୀ ମିଲେଟ ଚାଷ ମଂଚ ପରିଚାଳନା ସହ ମିଲେଟ ଚାଷ ସମ୍ବନ୍ଧୀୟ ବହୁ ମୂଲ୍ୟବାନ ତଥ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ଟି SHG ଗ୍ରୁପର ମହିଳା ମାନେ ୪୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଜୟ ଶ୍ରୀ ରାମ, ଡାଇମଣ୍ଡ, ମା ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ସ୍ୱୟଂ ସହାୟକ ମହିଳା ମାନେ ସେମାନଙ୍କ ଦ୍ବାରା ମାଣ୍ଡିଆ ରେ ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଗୁଲୁଗୁଲା , ଚିଙ୍ଗୁଡ଼ି ପୋଡ଼ା, ଜିଲାପି , ସେଓ , ସିଙ୍ଗଡା , ଆଲୁଚପ , ଖୋଜା , ନିମିକି , କାକରା , ପୁରି , ଇଟଲି ,ମାଲପା,ମାଂସ ପିଠା, ପିଠା,ଗଜା,ଖଜା,ଖିରି,ସିଝାମଣ୍ଡା, ଇତ୍ୟାଦି ୪୦ ପ୍ରକାରର ଖାଦ୍ୟପ୍ରସ୍ତୁତ କରି ପ୍ରଦର୍ଶନୀ ମେଳାରେ ଉପସ୍ଥିତ ଅତିଥି, ଗ୍ରାମବାସୀ,ମହିଳା, ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ସେମାନେ ଖାଇ ଭାରି ଖୁସି ହୋଇଥିଲେ । ଅତିଥି ଗଣ କହିଥିଲେ ମାଣ୍ଡିଆ ପୃଥିବୀର ଏକ ଉତ୍କୃଷ୍ଟ ଶସ୍ୟ । ଯେଉଁଥିରେ ଭରପୁର ଖାଦ୍ୟ ଭିଟାମିନ, କ୍ୟାଲସିୟମ ପୁରି ରହିଛି ।ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଚଳିତ ବର୍ଷ ମିଲେଟ ବର୍ଷ ଭାବରେ ଘୋଷାଣା କରିଛନ୍ତି । ଚାଷୀମାନଙ୍କୁ ବିହନ,ସାର,ପ୍ରତ୍ସୋହନ ରାଶି, ବୈଷୟିକ ଜ୍ଞାନ ସବୁକିଛି ଯୋଗାଇ ଦେଉଛନ୍ତି । ଚାଷୀମାନଙ୍କ ପାଇଁ ଉତ୍ପାଦିତ ଫସଲର ମଧ୍ୟ ଉଚିତ ଦରରେ କ୍ରୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।ଚଳିତ ବର୍ଷ ବିଜାତଳା ବ୍ଳକର ଖରିଫ୍ ଋତୁ ପାଇଁ ବଣକାଟି ପଞ୍ଚାୟତ ରବିଋତୁ ପାଇଁ ୨୦୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ଵୋଲି ପ୍ରୋଗ୍ରାମ ଅଫିସର ଅରୁଣ ଶେଖର ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମକୁ ବିଷ୍ଣୁପଦ ରଣା,ବଙ୍ଗାଳି ହେମ୍ବ୍ରମ,ଅଜିତ ବେହେରା,ବିକ୍ରମ ମାଝୀ,ନରେଶ ନାଏକ,ବାହାଲା ମାଝୀ,ନରେଶ ଚନ୍ଦ୍ର ନାୟକ,ଅଜିତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମାଣ୍ଡିଆ ଚାଷ ପାଇଁ ବହୁ କିଛି ଜ୍ଞାନ ଆରୋହଣ ପାଇଁ ୪୫ ଟି SHG ଗ୍ରୁପର ୪୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ । ଯାହାକି ଆଗାମୀ ଦିନ ପାଇଁ ମାଣ୍ଡିଆ ଚାଷ ପାଇଁ ଏକ ଶୁଭ ସୂଚନା।ପରି ଶେଷରେ “ଦୁଲାଲ”ତରଫରୁ ଏକ କୁଇଜ କମ୍ପିଟିସନ ରଖା ଯାଇଥିଲା।ଏଥିରେ ୧୫ଜଣଙ୍କୁ ପୁରସ୍କୃତ କରାଯାଇ ଥିଲା।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More