ନବରଙ୍ଗପୁର —()ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ଅର୍ପିତା ବଳବନ୍ତ ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଛନ୍ତି l ସେ ସର୍ବାଧିକ ୫୭୨ନମ୍ବର ଶତକଡା ୯୫.୩୩ ପ୍ରତିଶତ ମାର୍କ ରଖିଛନ୍ତି l ସେ ନବରଙ୍ଗପୁର ସହର ଜlମାଲ କଲୋନୀର ଶିକ୍ଷକ ମନୋଜ ବଳବନ୍ତ ଓ ଶିକ୍ଷୟତ୍ରୀ ଗୀତା ବେହେରାଙ୍କ ସୁପୁତ୍ରି l ଅର୍ପିତା ଉକ୍ତ ସଫଳତା ପାଇବା ପାଇଁ ଦୈନିକ ୬ ଘଣ୍ଟା ପରିଶ୍ରମ କରୁ ଥିଲେ l ଏହାର ଶ୍ରେୟ ନିଜ ବାପା ମାଆ ଓ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି l ଆଗାମୀ ଦିନରେ ସେ ଡାକ୍ତରୀ ପଢି ରୋଗୀଙ୍କ ସେବା କରିବାକୁ ଲକ୍ଷ ରଖିଛନ୍ତି l ସେହିପରି ସରସ୍ଵତୀ ଶିଶୁ ମନ୍ଦିରର ଲିପସା ମହାନ୍ତି ୯୩.୬୭ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଏ-୨ରେ ୭୨୨ ଜଣ,ବି-୧ରେ ୩ ହଜାର ୮୭୯ଜଣ,ବି-୨ ରେ ୫ ହଜାର ୪୭୨ ଜଣ, ସି- ଗ୍ରେଡ୍ ରେ ୩ ହଜାର ୧୩ ଜଣ,ଡି ଗ୍ରେଡ୍ ରେ ୮୬୯ ଜଣ, ଇ- ଗ୍ରେଡ୍ ରେ ୪୨୫ ଜଣ ଏବଂ ଏଫ୍-ଗ୍ରେଡ୍ ରେ ୨୮୧ ଜଣ, ପାସ କରିଛନ୍ତି l ଜିଲ୍ଲାରେ ସର୍ବମୋଟ ୧୪ ହଜାର ୩୯୬ ଜଣ ପାସ୍ କରିଥିବା ବେଳେ ପାସ୍ ହାର ଶତକଡା ୯୩.୯୮ ପ୍ରତିଶତ ରହିଛି l ଏଥିରେ ୭ ହଜାର ୬୭ ଜଣ ଛାତ୍ର ଓ ୭ ହଜାର ୩୨୯ ଜଣ ଛାତ୍ରୀ ପାସ୍ କରିଛନ୍ତି l ଏଥିରେ ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି l ୧୬ ଜଣ ଏ- ୧ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଜିଲ୍ଲାର ୬ ଜଣ ନବରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ରହିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l