କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବାଲିପଡା ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ୧୬ ବର୍ଷର ଝିଅ ମାଟ୍ରିକ ପରୀକ୍ଷା ଦେଇଥିଲେ ।ଆଜି ମାଟ୍ରିକ ରେଜଲ୍ଟ ବାହାରିଥିଲା । ପରିତପର ବିଷୟ ଅପେକ୍ଷା କରିଥିବା ଛାତ୍ରି ବର୍ଷାରାଣୀ ସାହୁ ଆଜି ବୁଧବାର ଦିନ ଫେଲ୍ ହୋଇଥିବା ମିଥ୍ୟା ରେଜଲ୍ଟ ଶୁଣି ଆତ୍ମହତ୍ୟା କରିଛନ୍ତି। ବ୍ରହ୍ମାନନ୍ଦ ସାହୁ ବାଲିପଡା ଗ୍ରାମର ହୋଇଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ନୂଆଗାଁ ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ଆଜି୨୯.୭.୨୦୨୦ରିଖ ବୁଧବାର ଦୀନ ବର୍ଷାରାଣି ଦଶମ ଶ୍ରେଣିରେ ଫେଲ୍ ହୋଇଥିବା ଖବର ସୁଣି ନିଜ ଓନି ସାହାଯ୍ୟରେ ବେକରେ ଫାସିଲଗାଇ ଦେଇଛନ୍ତି। ତୁରନ୍ତ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ ସେଠାକାର ଚିକିତ୍ସକ ମୃତ୍ୟୁ ଘୋଷଣା କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ପରୀକ୍ଷାରେ ପାସ କରିଥିବା ବର୍ଷାରାଣିଙ୍କୁ କେଉଁ ବ୍ୟକ୍ତି ପରୀକ୍ଷାରେ ଫେଲ୍ ହୋଇଥିବା ସୁଚନା ଦେଇଥିଲେ ଏବଂ କାହା କଥା ଶୁଣି ଏଭଳି ନିଷ୍ପତ୍ତି ନେଇଥିଲେ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍)