ମାଟ୍ରିକ୍‌ ଖାତା ଦେଖା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

9

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ମାଟ୍ରିକ୍‌ ଖାତା ଦେଖା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବ ବନ୍ଦୋବସ୍ତ କରିବାକୁ ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ବ୍ୟବସ୍ତା କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ବିଶ୍ୱନାଥ ରଥ ଏହି ମାମଲାର ଶୁଣାଣି କରିଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ ମହାନ୍ତି ଓ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଯୁକ୍ତି ଉପସ୍ଥାପନ କରିଥିଲେ । ଏଥିସହ ଖାତାଦେଖା ବେଳେ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ଓଷ୍ଟା ପକ୍ଷରୁ ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More