ମାଟିକାନ୍ଥ ତଳେ ଚାପିହୋଇ ୧ ମୃତ, ୩ ଆହତ

7

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ବାଦାମପାହାଡ଼ ଥାନା ଅନ୍ତର୍ଗତ ତୋଲକପୋଖରି ପଞ୍ଚାୟତର ଗ୍ରାମ-ଧୁଦୀଝରଣ ଦଲକିସାହି ଶ୍ରୀ ଲାଲମୋହନ ଦେହୁରୀ ଙ୍କର ଏକମାତ୍ର ଶିଶୁ ପୁତ୍ର ତାଙ୍କର ଚାରି ଜଣ ସା°ଗ ମାନଙ୍କର ସହିତ ଗୋଟିଏ ଘରେ ବସି ଭାତ ଖାଉଥିଲେ । ଆଚାନକ ଘରର ମାଟି କାନ୍ଥ ତଳେ ତିନୋଟି ଶିଶୁ ଚାପି ଯାଇଥିଲେ । ଏବଂ ସେହି ସ୍ଥାନ ରେ ଜଣେ ଦୌଡ଼ି ଯାଇ ପହଞ୍ଚି ଯାଇଥିଲେ । ସୂଚନାନୁଯାୟୀ, ଲାଲମୋହନର ପୁତ୍ର ତିନି-ବର୍ଷୀୟ ଶିଶୁ ଗଣେଶ ଦେହୁରୀଙ୍କ ଘଟଣାସ୍ଥଳରେ ପ୍ରାଣ ଚାଲି ଯାଇଥିଲା। ଏହି ଘଟଣାରେ ଦୁଇଟି ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ତେଣୁ ଏହି ଦୁର୍ଘଟଣା ପ୍ରାକୃତିକ ଆପଦାଜନିତ ହୋଇଥିବାରୁ ଜେଏମଏମ ଦଳର ଏକ ପ୍ରତିନିଧି ମଣ୍ଡଳ ଘଟଣା ସମ୍ପର୍କରେ ଜାଣିବା ପାଇଁ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ଏବଂ ଆପଦାଜନିତ ଘଟଣା ପାଇଁ ଆପଦାରାହତ କୋଷରୁ ପୀଡ଼ିତ ପରିବାରଙ୍କୁ ଚାରି ଲକ୍ଷ ଟଙ୍କା ଓ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ରାହତ କୋଷରୁ ସହାୟତା ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି।।ଜେଏମଏମ ଦଳ ତାଙ୍କରି ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବିଳମ୍ବେ ରେଡକ୍ରୋସ ଫଣ୍ଡରୁ ₹-୨୦,୦୦୦/- ଅବିଳମ୍ବ ସହାୟତା ପାଇଁ ମଧ୍ୟ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଏବଂ ବାମନଘାଟୀ ଉପଜିଲ୍ଲାପାଳ ରାଇରଙ୍ଗପୁର ଓ ତହସିଲଦାର କୁସୁମୀ ଏବଂ ବିଡିଓଙ୍କୁ ମଧ୍ୟ ଭେଟି ଦାବି ପତ୍ର ଦେଇଥିଲେ । ଜେଏମଏମ ଦଳର ପ୍ରତିନିଧି ମଣ୍ଡଳକୁ ଶ୍ରୀ ପ୍ରହ୍ଲାଦ ପୁର୍ତି ପୁର୍ବତନ ବିଧାୟକ ସହ ଉପସଭାପତିଙ୍କର ନେତୃତ୍ବରେ କୁସୁମୀ ବ୍ଳକ ଦୁର୍ଘଟଣା ସ୍ଥଳକୁ ଯାଇ ପିଡୀତଙ୍କ ସହ ଆଲୋଚନା କରି ପିଡୀତଙ୍କ ଶୋକ ସମ୍ବେଦନା ଜଣାଇଥିଲେ । ତାଙ୍କରି ସହ ଜେଏମଏମ ବରିଷ୍ଠ ନେତା ଶ୍ରୀ ଶ୍ୟାମ ଚରଣ କିସ୍କୁ , ସୁମିତ ଦାସ ସାଳୁ କିସ୍କୁ ,ବବଲୁ ମାର୍ଣ୍ଡି ଟୁକୁନ ହେମ୍ବ୍ରମ ଲମ୍ବୋଦର ବାନରା ଉଦୟନାଥ ସୋରେନ ମଧ୍ୟ ଉପସ୍ଥିତ ଥିଲେ। ରିପୋର୍ଟ – ନିରୋଜ କୁମାର ସାହୁ, ରାଇରଙ୍ଗପୁର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More