ମାଟିଆ ସମ୍ପ୍ରଦାୟର ଲୋକଙ୍କୁ ଜାତିଗତ ପ୍ରମାଣ ପତ୍ର ଦେବା ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

36

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଓଡ଼ିଶୋ ପଂଚାୟତର ଆଦିବାସୀ ପଡ଼ାରେ ପ୍ରାୟ 50ରୁ ପରିବାର ଅନୁସୂଚିତ ମାଟିଆ ସମ୍ପ୍ରଦାୟର ବସବାସ କରନ୍ତି । ଏହି ଅନୁସୂଚିତ ମାଟିଆ ସମ୍ପ୍ରଦାୟର ଲୋକମାନେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ସେଠାରେ ରହି ଆସୁଛନ୍ତି । ଏପରିକି ସରକାର ଙ୍କ ପକ୍ଷରୁ ବାସ ଗୃହ ମିଳିବା ସହିତ ସମସ୍ତ ସରକାରୀ ଯୋଜନା ପାଇଛନ୍ତି । କିନ୍ତୁ ବିଡ଼ମ୍ବନା ର ବିଷୟ ଯେ ଏହି ପରିବାର ପିଲା ମାନେ ପାଠ ପଢିବା ପାଇଁ ବାରମ୍ବାର ଆବେଦନ କଲେ ମଧ୍ୟ ସେମାନଙ୍କ ପୁଅଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳୁ ନାହିଁ। ଯାହାଦ୍ୱାରା କି ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହୋଉ ଥିବା ବେଳେ ସରକାରୀ ଚାକିରି କରି ପାରୁ ନାହାଁନ୍ତି । ଅନେକ ପିଲା ମାଟ୍ରିକ ପାସ କରି ଥିବା ବେଳେ କିଛି ପିଲା ପ୍ଲସ ୨ ପ୍ଲସ ୩ ପଢି ପାରୁ ନାହାଁନ୍ତି । ଯାହା ଫଳରେ ଷ୍ଟାଇପେଣ୍ଡ ଟଙ୍କା ମଧ୍ୟ ଏମାନଙ୍କୁ ମିଳି ପାରୁ ନାହିଁ । ଏ ବାବଦରେ ତହସିଲଦାର ଙ୍କୁ ଆବେଦନ କରିଥିଲେ ମଧ୍ୟ ତାହା କୌଣସି କାରଣରୁ ମିଳି ପାରୁ ନାହିଁ । ଏ ବାବଦରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଅଭିଯୋଗ ଥିଲେ ମଧ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନଥିବାର ଜିଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜିଲା ଦଳିତ ବିକାଶ ପରିଷଦ ର ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ପରିଷଦର ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ, ଶିକ୍ଷାବିତ ଗଣେଶ୍ୱର ହାଁସଦା, କାଳନ୍ଦୀ ପଧାନ, ପୂର୍ଣ୍ଣଚନ୍ଦ୍ର ପଧାନ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବୀପତ୍ରରେ ମାନ୍ୟବର ନ୍ୟାୟଳୟଙ୍କ ଏକ ରାୟକୁ ଦର୍ଶାଇଛନ୍ତି କି ବାପ ଓ ଅଜା ପାଇଥିଲେ ଜାତିଗତ ପ୍ରମାଣ ପତ୍ର ପୁଅ ଓ ନାତିକୁ ମିଳି ପାରିବ। ଏପରିକି ଓଡିଶା ଅନୁସୂଚିତ ଜାତି ଜନଜାତି ଆଇନର ସବସେକ୍ସନ-ଫାଇଭ-୧୯୮୦ ନିୟମ ଆଧାରରେ ତଥ୍ୟ ଦର୍ଶାଇଛନ୍ତି କି ତିରିଶ ଦିନ ଭିତରେ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବାକୁ।ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ପ୍ରଦାନ କରାଯାଇଥିବା୫୧୯୦/୧୪ଫେବୃଆରୀ ୨୦୧୯କୁ ମଧ୍ୟ ଜିଲାପାଳଙ୍କ ଦୃଷ୍ଟି କୁ ଆଣିବା ସହ ତୁରନ୍ତ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବାକୁ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଯଦି ଜିଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବେ ବୋଲି ଜିଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ଚେତାବନୀ ଦେଇଛନ୍ତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More