ପାରାଦୀପ:ପାରାଦୀପ୍ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଇକ୍ୟୁ ବର୍ଥ ନିକଟରୁ ଯୁବକଙ୍କ ଶବ ଉଦ୍ଧାର। ମୃତ୍ୟୁଯୁବକ ୩ଜଣ ହେଲେ ବିଶାଖାପାଟଣା ର କନକ ,ବାବୁ, ରାଜୁ। ଗତକାଲି ବିଳମ୍ବିତ ରାତିରେ ଏକ ମାଛ ଧରା ଟ୍ରଲର ଯୋଗେ ପାଞ୍ଚଜଣ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ ମତ୍ସ୍ୟଜିବୀ ଫେରୁଥିବା ବେଳେ ଏହି ତିନି ଯୁବକଙ୍କ ମୃତ୍ୟୁ ଘଟିଛି। କନକ ,ବାବୁ, ରାଜୁ ନାମକ ମତ୍ସ୍ୟଜିବୀ ଟ୍ରଲର ମଧ୍ୟରୁ କୌଣସି କାରଣ ମତେ ଗଳି ପଡିଥିଲେ। ଆଜି ତାଙ୍କ ମୃତ ଦେହ ମିଳିଥିବା ବେଳେ ତାଙ୍କୁ ପାରାଦୀପ୍ ଅଠରବାଙ୍କୀ ବିଜୁ ମେମୋରିଆଲ ଡାକ୍ତରଖାନା କୁ ଅଣାଯାଇ ଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି |