ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସହରର ଦୁର୍ଗାବଜାର ଠାରେ ଥିବା କିୟୋର ରିହାଵ ରିହାବିଲିଟେସନ ସେଣ୍ଟରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଧେଶକ ଡାକ୍ତର ସତ୍ୟଜିତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲାର କୋଣ ଅନୁକୋଣ ରୁ ଶତାଧିକ ରୋଗୀ ନିଜର ବିଭିନ୍ନ ସମସ୍ୟା ଅଭିଜ୍ଞ ଚିକତ୍ସକଙ୍କ ଦ୍ୱାରା ପରୀକ୍ଷା କରିଥିଲେ।ତେବେ ଜଗତସିଂହପୁର ସହରରେ ଏହି ରିହାବିଲିଟେସନ ସେଣ୍ଟର ରେ ବିଭିନ୍ନ ପ୍ରକାରର ସେବା ପାଇପାରିବେ।ଏହି ରିହାବିଲିଟେସନ ସେଣ୍ଟର ରେ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ସ୍ପିଚ ଥେରାପି, କୁତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ଏବଂ ସହାୟକ ଉପକରଣ ଏବଂ ସମସ୍ତ ପ୍ରକାର ପୁନର୍ବାସ ସେବା ଉପଲବ୍ଧ ହେବ ବୋଲି ଅନୁଷ୍ଠାନ ର ନିର୍ଦ୍ଧେଶକ ଡାକ୍ତର ସତ୍ୟଜିତ ପଟ୍ଟନାୟକ କ ସୂଚନା ଦେବା ସହ ଜୀଲାବାସୀଙ୍କୁ କମ ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆମର ଲକ୍ଷ।ଏହି ଶିବିରରେ ଚିକିତ୍ସିକ ମାନଙ୍କ ମଧ୍ୟରେ ଥେରାପିଷ୍ଟ ଅନୁସ୍ମିତା ସାହୂ, ବିଶ୍ୱ ବିଦ୍ୟସା ସାହୂ,ଲାଲୀ ସାମନ୍ତରାୟ, ଲିପିକା ସାହୂ, ଯୋଶୀଲ କୁମାର ଭୋଲ, ଚିକିତ୍ସା କରିଥିବାବେଳେ ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନ ର ପ୍ରଯୋଜକ ସୁମନ୍ତ ଭୂଷଣ ପଟ୍ଟନାୟକ ପରିଚାଳନାରେ ସହାୟତା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More