ମାଗଣା ଡ୍ରାଇଭିଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଝାରପଡା ଗ୍ରାମପଞ୍ଚାୟତ ସୁଧିରା ମଣ୍ଡପରେ ବ୍ଲକ ସ୍ତରୀୟ ଡ୍ରାଇଭିଂ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା। ଦକ୍ଷତା ବିକାଶ ଯୋଜନାରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ବସୁମାତା ଦ୍ଵାରା ଆୟୋଜିତ କଣ୍ଟାପଡା ବ୍ଲକ ସ୍ତରୀୟ ମାଗଣା ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି।ଗ୍ରାମାଞ୍ଚଳ ରେ ସାବାଳକ 18 ବର୍ଷ ରୁ 40 ବର୍ଷ ମଧ୍ୟରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରାଇବା ସହିତ ଲାଇସେନ୍ସ ପ୍ରଦାନ ଓ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନାବାର୍ଡ କଟକ ଡି ଡି ଏମ ପ୍ରକ୍ସିମା ପରିଡା କହିଛନ୍ତି।ସଂମାନିତ ଅତିଥି ଭାବେ ଝାରପଡା ପଂଚାୟତ ସରପଞ୍ଚ ଶ୍ରୀମତୀ ଇତିଶ୍ରୀ ବେହେରା,ଝାରପଡା କାନାଡ଼ା ବ୍ୟାଙ୍କ ଶାଖା ପରିଚାଳକମନୀଷ ପଟ୍ଟନାୟକ,କଣ୍ଟାପଡା ବ୍ଲକ ବି ପିଏମ ସୁରଜ ବେହେରା,ଦିଲ୍ଲୀପ ବେହେରା,ଅଜିତ ରାଉତରାୟ,ସିଆରପି ସୁମିତ୍ରା ପାତ୍ର,ନିରୂପମା ମଲ୍ଲିକ,ସୁବାସିନୀ ପ୍ରଧାନ,ସ୍ୱର୍ଣ୍ଣଲତା ମାଠ ପ୍ରମୂଖ ଯୋଗଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ 50 ଜଣ ଯୁବକ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରାଯାଇଥିବାର ବସୁମାତା ର ସମ୍ପାଦକ ଗୟାଧର ମହାନ୍ତି କହିଛନ୍ତି। ନାବାର୍ଡ ଡିଡିଏମ ପ୍ରକ୍ସିମା ପରିଡା ଓ ଝାରପଡା ସରପଞ୍ଚ ଇତିଶ୍ରୀ ବେହେରା ଆନୁଷ୍ଠାନିକ ଭାବେ ପତାକା ଦେଖାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More