ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ପଞ୍ଚାୟତରେ ଷ୍ଟାର୍ସ-ୱେ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ରେ ଯନ୍ତ୍ରଣା ଅନୁଭବ କରୁଥିବା ଓ ଠିକ୍ ରେ ଦେଖାଯାଉନଥିବା ବହୁତ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଛି। ଏହି ଚକ୍ଷୁ ଶିବିର କୁ ଦୂର ଦୂରଦୂରାନ୍ତରୁ ଆସିଥିବା ରୋଗୀ ଚିକିତ୍ସିତ ହୋଇ ମାଗଣାରେ ଔଷଧ ଓ ଆଖି ଡ଼୍ରାଫ ନେଉଥିବା ବେଳେ ଅଧିକ ସମସ୍ୟା ଥିବା ବ୍ୟକ୍ତି ମାନଙ୍କୁ ଅପରେସନ ପାଇଁ ନେଉଥିଲେ ଷ୍ଟାର୍ସ-ୱେ ଚାରିଟେବୁଲ ଟ୍ରଷ୍ଟ। ମୁଖ୍ୟତଃ ଗ୍ରାମାଞ୍ଚଳର ଗରିବ ଅସହାୟ ଲୋକ ମାନଙ୍କୁ ସହଯୋଗର ହାତ ବଢ଼େଇ ଆସୁଥିବା ଷ୍ଟାର୍ସ-ୱେ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିବା ବେଳେ ଓଡ଼ିଆଙ୍କ ପ୍ରମୁଖ ଗଣପର୍ବ ରଜ ଉଛବ ଆୟୋଜନ କରାଇବା ସହିତ ଅଞ୍ଚଳର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରି ଅସହାୟ ଲୋକମାନଙ୍କୂ ସାହାଯ୍ୟ ସହଯୋଗର ହାତ ବଢ଼ାଇଛି ଷ୍ଟାର୍ସ-ୱେ । ଏହି ଷ୍ଟାର୍ସ-ୱେ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଧରିତ୍ରୀ ସାମଲ କହିଛନ୍ତି ଆଗାମୀ ଦିନରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାଗଣା କର୍କଟ ରୋଗ ନିରୂପଣ ଶିବିର ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ମାଗଣା ଚକ୍ଷୁ ଶିବିର ରେ ଅତିଥି ଭାବେ ଯୋଗଦେଇଥିବା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ୍ୟ ପ୍ରଦ୍ୟୁମ୍ନ ସାମନ୍ତରାୟ,ନଗର ବିଜେଡି ସଭାପତି କିଶୋର ସାହୁ, ଯୁବ ଓ ଛାତ୍ର ନଗର ସଭାପତି ମିଟୁ ମନୋଜ ନାୟକ, ଶାସନ ପଞ୍ଚାୟତ ସରପଞ୍ଚ ସଂଗ୍ରାମ କେଶରୀ ବାରିକ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି 10 ନଂମ୍ବର ୱାର୍ଡ କାଉନସିଲର ପ୍ରତିନିଧି MD ପପୁ, ପୂର୍ବତନ ପୈର ପରିଷଦ ଅଧ୍ୟକ୍ଷା ବୈଜନ୍ତିମାଳା ଲେଙ୍କା, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଉପସ୍ଥିତ ରହିଥିବା ବେଳେ ଏହି ଚକ୍ଷୁ ଶିବିର କୁ ଶାନ୍ତି ଶୃଙ୍ଖଳା ସହିତ ଆଗକୁ ନେଇଥିଲେ ପଟ୍ଟାମୁଣ୍ଡାଇ ନଗର ବିଜୁ ଜନତା ଦଳର ସଭାପତି ଖଗେଶ୍ବର ଲେଙ୍କା । ଷ୍ଟାର୍ସ-ୱେ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଧରିତ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି ଏବେ କେବଳ ଗ୍ରାମାଞ୍ଚଳର ଲୋକମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଫୋକସ୍ ରେ ରହିବ ଷ୍ଟାର୍ସ-ୱେ ଚାରିଟେବୁଲ ଟ୍ରଷ୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More