ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

28

Get real time updates directly on you device, subscribe now.

ବାଲେଶ୍ଵର (ସଂଘର୍ଷ ମିଡିଆ ) : ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ମାଟିଆଳପଦା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମା ଦାଣ୍ଡପଶ୍ଚିମା ଯୁବକ ସଂଘ ମାଟିଆଳପଦା ସହଯୋଗରେ କେୟାର ନେତ୍ରମ ବାଲେଶ୍ବର ପକ୍ଷରୁ ମାଟିଆଳପଦା ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଯାଇଛି । ମା ଦାଣ୍ଡପଶ୍ଚିମା ଯୁବକ ସଂଘର ସଭାପତି ମଧୁସୂଦନ ଜେନା,ସଂପାଦକ ଅନୀଲ ମହାନ୍ତିଙ୍କ ସହଯୋଗରେ 45ରୁ ଅଧିକ ଲୋକ ମାଗଣାରେ ଚକ୍ଷୁ ପରୀକ୍ଷା କରିଥିଲେ । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ କେୟାର ନେତ୍ରମ ବାଲେଶ୍ୱର ପକ୍ଷରୁ 15 ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି । କେୟାର ନେତ୍ରମ ବାଲେଶ୍ବରର ବ୍ଲକ ସଂଯୋଜଗ ଜୟନ୍ତ କୁମାର ରାଉତଙ୍କ ସହ ଭିଜନ ଟେକ୍ନିସିଅନ ପିଙ୍କି ସୁନ୍ଦରା ଓ ତାଙ୍କ ଟିମ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିଥିଲେ, ମୁତୀୟାବିନ୍ଦୁ ଥିବା ଚିହ୍ନଟ ହୋଇଥିବା ରୋଗୀ ମାନଙ୍କୁ ମାଗଣାରେ ଅପରେସନ କରାଇବାର ବ୍ୟବସ୍ଥା କେୟାର ନେତ୍ରମ ତରଫରୁ କରଯାଇଛି । ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ ପରିଚାଳନା କରିବାରେ ଦାଣ୍ଡପଶ୍ଚିମା ଯୁବକ ସଙ୍ଘର ସଦସ୍ୟ ମାନେ ସହଯୋଗ କରିଥିଲେ । ବାଲେଶ୍ୱର ଖାଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More