ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

19

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ ) : ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ଶ୍ରୀରାମପୁର ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି,ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ମା ଶ୍ରୀରାଦେବୀ ସ୍ପୋର୍ଟସ ଆସୋସିଏସନ ଓ ମା ଘଣ୍ଟବସୁଳି ଉଡା କମିଟିର ମିଳିତ ସହଯୋଗରେ କେୟାର ନେତ୍ରମ ବାଲେଶ୍ବର ପକ୍ଷରୁ ଶ୍ରୀରାମପୁର ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଯାଇଛି। ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ସରପଞ୍ଚ ବନିତା ପ୍ରଧାନ ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ ଉଦଘାଟନ କରିଥିଲେ,କେୟାର ନେତ୍ରମ ବାଲେଶ୍ୱର ପକ୍ଷରୁ ଭିଜନ ଟେକ୍ନିସିଅନ ପିଙ୍କି ସୁନ୍ଦରାଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । 52 ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ,13 ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ 12 ଜଣ ମୁତୀୟାବିନ୍ଦୁ ଥିବା ଚିହ୍ନଟ ହୋଇ ଥିଲେ । ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ ପରିଚାଳନା କରିବାରେ କେୟାର ନେତ୍ରମ ତରଫରୁ ଜୟନ୍ତ କୁମାର ରାଉତଙ୍କୁ ମନରଞ୍ଜନ ମୁଦୁଲି, ମାନସ ମୁଦୁଲି, ମଦନ ସାହୁ, ସହଯୋଗ କରିଥିଲେ । ବାଲେଶ୍ୱର ଖାଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More