ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

12

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ) : – ଗଜପତି ଜିଲା APJ ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ ଖଲିକୋଟ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଓ ସାଇଟ ସେଭର୍ସ ଇଣ୍ଟର୍ନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସ୍ଥାନ- ଗୁରାଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗଜପତି ଠାରେ ଆଜି ୩୦.୧୧.୨୦୨୨ ବୁଧବାର ଦିନ ସକାଳ ୯.୦୦ ଘଂଟିକା ଅପରାହ୍ନରୁ ଅପରାହ୍ନ ୧୨.୩୦ ଘଂଟିକା ପର୍ଯ୍ୟନ୍ତ ଆୟୋଜନ କରାଯାଇଅଛି । ଉକ୍ତ ଶିବିରକୁ ଡା.ପ୍ରଦୀପ କୁମାର ପାତ୍ର ( CDM & PHO), ଡା. ପତିତପାବନ ବାରିକ( MOIC,ଗୁରାଣ୍ଡି), ଶ୍ରୀମତି ଶିଳ୍ପା ପାତ୍ର ( ସରପଞ୍ଚ, ଗୁରାଣ୍ଡି ଗ୍ରାମ ପଞ୍ଚାୟତ), ମମତା ପାଢି ( ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣୀ, ଗୁରାଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର), ଶ୍ରୀ ପୂର୍ଣଚନ୍ଦ୍ର ବେହେରା ( ନିର୍ଦେଶକ, APJ ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ ), ଶ୍ରୀ N. ଶ୍ରୀନିବାସୁଲୁ ( BAM ), ଶ୍ରୀ ଭଗବତ ପାଢି (ସମାଜସେବୀ,ବରିଷ୍ଠ ଲେଖକ ),ଶ୍ରୀ ବିନୋଦ ଜେନା (ସମାଜସେବୀ,ବରିଷ୍ଠ ନାଗରିକ ), ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ଦ୍ବୀପ ପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା । ମୋଟ ୧୨୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା । ମୋଟ ୨୧ଙ୍କୁ ଚସମା ଦିଆଗଲା, ମୋଟ ୬୮ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୩୦ ଜଣଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲକୁ ଗଲେ । ମୋଟ ୨୯ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଗଲା ଓ ଫୋଟ ସଙ୍ଗ୍ରହ କରଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More