ମାଓବାଦୀଙ୍କ ଲାଲଘର ପାଲଟିଛି ଏବେ ଶିକ୍ଷାର ମନ୍ଦିର

10

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : – ମାଓବାଦୀଙ୍କ ଲାଲଘର ପାଲଟିଛି ଏବେ ଶିକ୍ଷାର ମନ୍ଦିର । ଯେଉଁ ଘରେ ଦିନେ ଲାଲ ବାହିନୀର କମ୍ରେଡ଼ ମାନେ ନେଉଥିଲେ ବନ୍ଧୁକ ଗୋଳା ବାରୁଦ ସମ୍ପର୍କରେ ଜ୍ଞାନ ଆଜି ସେଇଠି ଛାତ୍ରଛାତ୍ରୀ ମାନେ ହାତରେ ମାଉସ ଧରି ନେଉଛନ୍ତି କୋମ୍ପୁଟର ଚଲେଇବାର ଶିକ୍ଷା । ଏମିତି କିଛି ଅଭିନବ ଚିନ୍ତା କରିଛି ମାଲକାନଗିରି ଜିଲ୍ଲା ପୋଲିସ । ସୀମା ସୁରକ୍ଷା ବାହିନୀର ସହାୟତାରେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆଦିବାସୀ ପିଲାଙ୍କୁ ସ୍ୱାଭିମାନି କରିବା ଲାଗି ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ଜଡ଼ାମ୍ବ ଥାନା ଅଞ୍ଚଳରେ ଉଦ୍ଧଘାଟନ କରାଯାଇଛି କମ୍ପୁଟର ତାଲିମ ଶିକ୍ଷା କେନ୍ଦ୍ର । ଯାହାର ସମ୍ପୂର୍ଣ ଖର୍ଚ୍ଚ ବହନ କରୁଛି ମାଲକାନଗିରି ଜିଲ୍ଲା ପୋଲିସ।ବଦଳିଛି ସ୍ଥିତି ବଦଳିଛି ପରିବେଶ । ହଁ ଦର୍ଶକ ବନ୍ଧୁ ଯେଉଁ ଅଞ୍ଚଳରେ ଦିନେ ନାଲି ପତକା ଉଡୁଥିଲା ଆଜି ସେଇଠି ଉଡୁଛି ତ୍ରିରଙ୍ଗା ପତକା । ଆଉ ଯେଉଁ ଅଞ୍ଚଳରେ ଦିନେ ଏହି ନାଲି ଘର ଦେଉଥିଲା ମାଓବାଦୀ ଙ୍କ ଅନ୍ଧାରି ଦୁନିଆର ବାର୍ତା ଆଜି ସେଇ ଘର ଦେଖାଉଛି ଉନ୍ନତିର ମାର୍ଗ । ଏହି ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଜୋଡ଼ାମ୍ବ ଗ୍ରାମର ଦୃଶ୍ୟ । ପଛରେ ରହିଯାଇଥିବା ଏହି ଆଦିବାସୀ ପିଲାଙ୍କୁ ସମାଜର ଅନ୍ୟ ମାନଙ୍କ ଭଳି ଉତ୍ତମ ଶିକ୍ଷା ଦେବା ଲାଗି ଏବେ ମାଲକାନଗିରି ପୋଲିସ ପକ୍ଷରୁ ପ୍ରଥମ କରି ଆରମ୍ଭ କରାଯାଇଛି ମାଗଣା କମ୍ପୁଟର ତାଲିମ କେନ୍ଦ୍ର । ସ୍ଥାନୀୟ ସରପଞ୍ଚଙ୍କ ସହ ମିଶି ଯାହାର ରିବନ କାଟି ଶୁଭ ଉଦ୍ଧଘାଟନ କରିଛନ୍ତି ଦକ୍ଷିଣ ପଶ୍ଚିମା ଅଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ନିଜେ ପିଲାଙ୍କ ପାଖରେ ରହି ଇଂରାଜୀ ସହ କୋମ୍ପୁଟର ଜ୍ଞାନ ସମ୍ପର୍କରେ ପିଲାଙ୍କୁ ବୁଝାଇବା ସହ ଅଭିଙ୍ଗ ପ୍ରଶିକ୍ଷକଙ୍କ ସହାୟତାରେ ଏହି ତାଲିମ କେନ୍ଦ୍ର ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ ଦୁଇ ଘଂଟା ଲେଖାଏଁ ସ୍ୱାଭିମାନ ଅଞ୍ଚଳର ପିଲାଙ୍କୁ ଇଁରାଜୀ ସହ କୋମ୍ପୁଟର ସମ୍ପର୍କରେ ତାଲିମ ଦିଆଯିବ ଯାହାର ସମ୍ପୂର୍ଣ ଖର୍ଚ୍ଚ ବହନ କରିବ ମାଲକାନଗିରି ପୋଲିସ ବୋଲି ଡିଆଇଜି କହିଛନ୍ତି। ଘର ଭିତରେ ଲାଗିଛି ଏକାଧିକ କୋମ୍ପୁଟର ଆଉ ହାତରେ ପିଲାଏ ଧରିଛନ୍ତି ମାଉସ । ପେଜ ପରେ ପେଜ ଖୋଲୁଛନ୍ତି ଆଉ ବନ୍ଧ ମଧ୍ୟ କରୁଛନ୍ତି । କେବଳ ସେତିକି ନୁହଁ ଏମ.ଏସ ୱାର୍ଡ ଠାରୁ ଆରମ୍ଭ କରି ଏମ.ଏସ ଏକ୍ସଲ ସହ ପାୱାରପଏଣ୍ଟ ଏବଂ ଅନେକ କିଛି କୋମ୍ପୁଟର ଶିକ୍ଷା ଆହରଣ କରୁଛନ୍ତି ଆଦିବାସୀ ପିଲାଏ । ନିଜେ ଦକ୍ଷିଣ ପଶ୍ଚିମା ଅଞ୍ଚଳ ଡି.ଆଇ.ଜି ରାଜେଶ ପଣ୍ଡିତ ଓ ମାଲକାନଗିରି ଏସପି ନିତେଶ ୱାଧବାନି ଏହି ମାଗଣା କୋମ୍ପୁଟର ତାଲିମ କେନ୍ଦ୍ରର ଶୁଭ ଉଦ୍ଧଘାଟନ କରିବା ପରେ ପିଲାଙ୍କୁ କୋମ୍ପୁଟର ଜ୍ଞାନ ବିଷୟରେ ବୁଝାଇ ଦେଇଛନ୍ତି । ଆଉ ସାରଙ୍କ ଠାରୁ କୋମ୍ପୁଟର ସମ୍ପର୍କିତ ଜ୍ଞାନ ପାଇ ପିଲାଏ ଭି ମାଲକାନଗିରି ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ଫା.ଭି.ଓ- ପ୍ରଥମ ପର୍ଯ୍ୟାୟରେ ସ୍ୱାଭିମାନ ଅଞ୍ଚଳର 26 ଜଣ ଛାତ୍ରଛାତ୍ରୀ ଙ୍କୁ ଚୟନ କରାଯାଇ ଏହି ମାଗଣା କୋମ୍ପୁଟର ତାଲିମ ପ୍ରଦାନ କରାଯାଉଥିବା ବେଳେ ଆଗାମି ଦିନରେ ମଧ୍ୟ ଅନ୍ୟ ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ର ନିର୍ମାଣ କରାଯିବା ସହ ସେଠାରେ ମଧ୍ୟ ଅନ୍ୟ ପିଲା ମାନଙ୍କୁ ମାଗଣା ତାଲିମ ଦିଆଯିବାର ଲକ୍ଷ ରଖିଛି ମାଲକାନଗିରି ଜିଲ୍ଲା ପୋଲିସ । ତେବେ ଆମେ ମଧ୍ୟ କେବଳ ଏତିକି ଏଠାରେ କହିବୁ ପଛରେ ରହିଯାଇଥିବା ଏହି ଆଦିବାସୀ ପିଲାଙ୍କୁ ଡିଜିଟାଲ ଦୁନିଆରେ ପୋଲିସ ସହାୟତାରେ ଏବେ କୋମ୍ପୁଟର ଶିକ୍ଷା ମିଳିବା ପରେ ସେମାନେ ମଧ୍ୟ ଆଗାମି ଦିନରେ ଅନ୍ୟ ମାନଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇବେ ନିଶ୍ଚୟ। ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More