ବଣାଇଁ(ସଂଘର୍ଷ ମିଡିଆ ) :- ବଣାଇଁ ବନଖଣ୍ଡ ଅନ୍ତର୍ଗତ କୁଳିପୋଷ ରେଞ୍ଜର ଜକୈକଲା ପଞ୍ଚାୟତ ଅଧିନସ୍ଥ ଥିବା ବଡପୋଷି ଗ୍ରାମରେ ଗୋଟାଏ ଜଙ୍ଗଲୀ ହାତୀ ପସି ଯାଇଥିବାରୁ ଗ୍ରାମବାସୀ ଭୟଭିତ ହୋଇ ବଣାଇଁ ବନଖଣ୍ଡର ବିଭଗକୁ ଖବର ଦେଇଥିଲେ। ଖବର ପାଇ ବଣାଇଁ ରେଞ୍ଜର ରେଞ୍ଜରୁ ମାତ୍ର ସାତ କିଲୋମିଟର ଦୂର ବଡ଼ପୋଷ ଗ୍ରାମ ମଝିରେ ବିଛଡ଼ା ମାଈ ହାତୀ, ଗାଁବାସୀ ଭୟଭିତ। ଘଟଣାରୁ ପ୍ରକାଶ ଯେ ଆଜି ଭୋର ସମୟରେ ଏକ କୁଳିପୋଷ ରେଞ୍ଜର ସାନଜଲ ଗ୍ରାମ ଆଡୁ ଏକ ଗୋଠରୁ ବିଛାଡି ହୋଇ ଏକ ମାଈ ହାତୀ ବଡ଼ପୋଷ ଗ୍ରାମ ମଝିରେ ପଶି ଗ୍ରାମରେ ଥିବାବେଳେ ଖବର ପାଇ ବଣାଇଁ ଏସିଏଫ ଜୋହନା ଓରାମ ଓ ବଣାଇଁ ରେଞ୍ଜର ପ୍ରଶାନ୍ତ କୁମାର ସାହୁ, ଫରେଷ୍ଟର ସଦାନନ୍ଦ ପାତ୍ର,ଗାୟତ୍ରୀ ବାଳ ଏବଂ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡେଇବା ସକ୍ଷମ ହୋଇ ପାରୁନାହିଁ କାରଣ ହାତୀ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମି ଥିବାରୁ ହାତୀଟି ରାସ୍ତା ନପାଇ ଗାଁ ମଝିରେ ଥିବା ଜଣାପଡିଛି। ତେବେ ଏହି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଗତ କାଲି କୋଇଡା ଶଙ୍ଖପଡା ଗ୍ରାମରେ ଜଣେ ଲୋକକୁ ହାତୀ ମାରିଦେଇଥିବା ବେଳେ ଆଜି ଏଠି ବନ ବିଭାଗ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଗାଁ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରଖିଥିବା ବେଳେ ହାତୀକୁ ଟ୍ରାକିଂ କରୁଛନ୍ତି। ହାତୀଟି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କରିନଥିବା ଜଣା ପଡ଼ିଛି। ଏହି ଅଞ୍ଚଳରେ ହାତୀକୁ ଦେଖିବା ପାଇଁ ଲୋକଙ୍କୁ ଢେର କୌତୁହଳ ସୃଷ୍ଟି କରିଛି।