ମାଆ ଭଗବତୀଙ୍କ ପୀଠରେ ୧୦୮ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ

27

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଆ ଭଗବତୀଙ୍କ ପୀଠରେ ବଳିଆ ବାବା ଟ୍ରଷ୍ଟ ଓ ମାଆ ଭଗବତୀ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ମାଆ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ଚଣ୍ଡୀ ପାଠ ଯଜ୍ଞ ଅବସରରେ ବାବା ବଳିଆଙ୍କ ଦ୍ଵାରା ଚଣ୍ଡୀର ଜୀବନ ଦର୍ଶନ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି ପୂଜାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୨୦ ପଣ୍ଡିତ ୨୨୦ ଜଣ କର୍ତ୍ତା କର୍ତ୍ତି ସାମିଲ ହୋଇଥିଲେ। ଉକ୍ତ ଚଣ୍ଡୀ ଯଜ୍ଞରେ ମା କାଳିଜାଇ ଓ ମା ନାରାୟଣୀଙ୍କ ନାମରେ ଦୁଇଟି ଘର ସ୍ଥାପନ ହୋଇ ଆଜ୍ଞାମାଳ ଆମନ୍ତ୍ରିତ ହୋଇ ପୂଜା ପାଠ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜୀବନର, ପରିବାରର, ରାଜ୍ୟର, ଦେଶର ତତ୍ ସହିତ ବିଶ୍ଵର ଶାନ୍ତି ନିମନ୍ତେ ଏହି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଏହାର ମୁଖ୍ୟ ଆକର୍ଷଣ ହେଉଛି ମାତୃ ପ୍ରେମୀ ସର୍ଜନ ମାନଙ୍କୁ ସଦା ସର୍ବଦା ସ୍ନେହ ସର୍ଦ୍ଧା ମିଳିବା ସହିତ ସଭ୍ୟ ସମାଜର ଶିକ୍ଷିତ ପୁଅ ଝିଅ ମାନେ ମାଙ୍କ ପତି ଅବହେଳିତ ନିର୍ଯାତିତ ନ ଦେଇ ମା ମାନଙ୍କୁ ସମ୍ମାନ ଦେବା ଉଚିତ୍ , ସେ ବିଷୟରେ ଆଲୋଚନା କରିବା ସହ ସନ୍ଧ୍ୟା ସମୟରେ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ଵାରା ଚଣ୍ଡୀର ଜୀବନ ଦର୍ଶନ ଉପରେ ପ୍ରବଚନ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More