ମାଆ ଦୁର୍ଗାଙ୍କ ଆଗମନରେ ଚଳଚଞ୍ଚଳ ଇସ୍ପାତ ନଗରୀ ରାଉରକେଲା

20

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଶରତକାଳୀନ ପାର୍ବଣ ଋତୁରେ ମାଙ୍କ ଆଗମନ ହୋଇଛି! ଶତୃର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତିନାଶିନୀ । ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ବିଭିନ୍ନ ଶକ୍ତିପୀଠରେ ମହାଳୟା ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ମାଙ୍କ ଷୋଡଶ ଉପଚାର ପୂଜା ଚାଲିଥିବାବେଳେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି ।ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ପୂଜାର ଆୟୋଜନ କରାଯାଇଥିବାରୁ ସବୁଠି ଦେଖିବାକୁ ମିଳିଛି ଭିଡ।ଏହାରି ଭିତରେ ଆଜି ହେଉଛି ମା’ଙ୍କ ମହାସପ୍ତମୀ ପୂଜା । ପରମ୍ପରା ଅନୁଯାୟୀ ଆଜି ଭୋରୁ ମା’ଙ୍କୁ ଚକ୍ଷୁ ଦାନ କରାଯିବା ପରେ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି! ରାଉରକେଲା ସହରରେ ଏଥର ମାଆଙ୍କ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ପାଳନ କରାଯାଉଛି । ରାଉରକେଲାର ଫାର୍ଟିଲାଇଜର, ସେକ୍ଟର ୨, ସେକ୍ଟର ୨୦,କୋଏଲ ନଗର ଆଦି ସ୍ଥାନରେ ବଡ ବଡ ତୋରଣ ଲାଗିଥିବା ଦେଖିବାକୁ ମିଳିଛି ! ସହରର ଅଧିକାଂଶ ସ୍ଥାନ ବିଶେଷକରି ରାସ୍ତାଘାଟ ରଙ୍ଗବେରଙ୍ଗର ଆଲୋକରେ ସଜା ହୋଇଥିବା ଦେଖିବାକୁ ମିିଳିଛି! ରାଉରକେଲାରୁ କ୍ୟାମେରମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More