ମାଆର ପରକୀୟା ପ୍ରୀତି ପାଇଁ ବଳିପଡିଲା ଅଢେଇ ବର୍ଷର କୁନି ପୁଅ

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ସ୍ଵାମୀ ଥାଇ ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖି ନିଜ ଜନ୍ମ କଲା ପୁଅକୁ କଚାଡ଼ି ମାରିଦେଇଥିବା ସୁଣିବାକୁ ମିଳିଛି ଜନ୍ମିତ ମା । ଏ କେଉଁ ଯାତ୍ରା କାହାଣୀ ନୁହେଁ, ବରଂ ସତ ସତିକା କାହାଣୀ । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡା ଗ୍ରାମର ସୁକାନ୍ତ ନାଥଙ୍କ ସ୍ତ୍ରୀ ଶସ୍ମୀତା ନାଥ ବୟସ ପାଖାପାଖି 35 ହେବ ସ୍ବାମୀ ବାହାର ରାଜ୍ୟରେ ରହି କାର୍ଯ୍ୟ କରନ୍ତି । ସ୍ତ୍ରୀ ଶସ୍ମୀତା ନାଥଙ୍କ ତିନୋଟି ପିଲାଙ୍କୁ ପାଠ ପଢାଇବା ପାଇଁ ପଟ୍ଟାମୁଣ୍ଡାଇ ବଜାର ନିକଟସ୍ଥ ଚୁନଢିହରେ ଭଡ଼ାରେ ରହୁଥିଲେ। ସ୍ବାମୀ ସୁକାନ୍ତଙ୍କ ସାଙ୍ଗ ଗୋପ୍ତିରା ଗାଁର ଲକ୍ଷ୍ମୀଧର ବାଇ ଦିର୍ଘ ଛଅ ମାସ ହେବ ପିଲାଙ୍କୁ ଟିୟୁସନ କରିବାକୁ ଆସୁଥିଲେ । ଟିୟୁସନ ମାଷ୍ଟର ଓ ମାଆ ଶସ୍ମୀତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଫୋନରେ ମଧ୍ୟ ମଧୁର ବାର୍ତ୍ତାଳାପ ଚାଲୁଥିଲା । ଗତକାଲି ହଠାତ୍ ସବୁ ଓଲଟ ପାଲଟ ହୋଇଗଲା । ଏ ଖବର ସୁଣିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ପ୍ରେମିକଙ୍କୁ ପଚରା ଉଚୁରା କରିବା ପରେ ପ୍ରମିକା ଆଜି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଂଚି ଲିଖିତ ଅଭିଯୋଗ କରିଛି। ଏତଲା ସମ୍ପୁର୍ଣ୍ଣ ଗପ ବୋଲି ଜଣାପଡୁଛି । ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ଅଧିକ ତଦନ୍ତ ଚଳାଇଛନ୍ତି। ଦର୍ଶକ ବଂଧୁ ଏଠି ଗୋଟାଏ କଥା କହି ରଖୁଛୁ ଯଦି ଅଢେଇ ବର୍ଷର ସାନ ପୁଅକୁ ଟିୟୁସନ ମାଷ୍ଟର ମାରିଦେଲା ଜନ୍ମକଲା ମାଆ ମେଡିକାଲ ଆଣିଲା ଓ ପରେ ମରିଯାଇଥିବା କୋମଳ ଛୁଆଟିକୁ ନେଇ ମାଟି ଖୋଳି ପୋତି ଦେଲା ,ଥାନାରେ କାହିଁକି ଅଭିଯୋଗ ନକଲା। ଏଇଟା ଏବେ ବଡ ପ୍ରଶ୍ନ, ଯାହା ଦେଖିବାକୁ ମିଳିଛି ଗ୍ରାମାଞ୍ଚଳର ସ୍ତ୍ରୀ ଲୋକମାନେ ସ୍ବାମୀ ବାହାରେ ରହୁଥିବାର ସୁଜୋଗ ନେଇ ନିଜର ପିଲାମାନଙ୍କୁ ପଢେଇବା ଆଳରେ ପଟ୍ଟାମୁଣ୍ଡାଇ ବଜାରରେ ଘରଭଡ଼ା ନେଇ ପର ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିବା ନେଇ ନଜିର ରହିଛି। ପଟ୍ଟାମୁଣ୍ଡାଇରୁ ଶକ୍ତି ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More