କଳାହାଣ୍ଡି(ସଂଘର୍ଷ ମିଡିଆ) : – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୁଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ଭବାନୀପାଟଣା ଠାରେ ମାଁ ମାଣିକେଶ୍ବରୀ ଘୁମୁରା ପ୍ରଶିକ୍ଷଣ ଶିବିର ଲୋକାର୍ପିତ ହୋଇଯାଇଛି।କଳାହାଣ୍ଡି ର ବିରବାଦ୍ୟ ଘୁମୁରା ହେଉଛି ସଂସ୍କୃତି ର ପ୍ରତୀକ ସ୍ୱରୂପ ଘୁମୁରା ଆଜି ସମଗ୍ର ବିଶ୍ୱରେ ବେସ ଆଦୃତ ଲାଭ କରିପାରିଛି କଳାହାଣ୍ଡିକୁ ସମଗ୍ର ବିଶ୍ୱରେ ପରିଚୟ ଦେଇଥିବା ଘୁମୁରା ଜିଲ୍ଲାର ଲୋକକଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ସରସସୁନ୍ଦର ତଥା ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ବଡ ପ୍ରୟାଶ.କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଆଉ ଏକ ନୂଆଫର୍ଦ ଯୋଡିହେଲା ଏଣିକି ପ୍ରତେକ ବର୍ଷ ପ୍ରାୟ ତିରିଶ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଲାଭକରି କୃତି ଛାତ୍ରଛାତ୍ରୀ ମାନେ ସାର୍ଟିଫିକେଟ ହାସଲ କରିପାରିବେ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ. ପ୍ରଥମେ ଘୁମୁରା କଳାକାରମାନଙ୍କ ଦ୍ୱାରା ଏକ ମସାଲା ଶୋଭାଯାତ୍ରା ମା ମାଣିକେଶ୍ବରୀଙ୍କ ମନ୍ଦିରରୁ ବାହାରି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ରଙ୍ଗାରଙ୍ଗ ସଭା ସ୍ଥଳରେ ପହଁଞ୍ଚଥିଲା. ପରେ ଉଦଘାଟନି ସଭାରେ ମୁଖ୍ୟ ଅଥିଥି ଭାବେ ଜିଲ୍ଲାର ପ୍ରିୟ ସମାନନୀୟା ଜିଲ୍ଲାପାଳ ଯୋଗଦେଇ ସମସ୍ତ ଅତିଥି ମାନଙ୍କ ଗହଣରେ ଘୁମୁରା ପ୍ରଶିକ୍ଷଣ ଶିବିର ଲୋକାର୍ପିତ ହୋଇଥିଲା । ଏହିସଭାରେ ସମ୍ମାନିତ ଅଥିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମଉସଦି ବାଗ,, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜୟନ୍ତ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଘୁମୁରା ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଥିଲା । ଏଥିରେ ପ୍ରାୟ ଚାରିଶହରୁ ଉର୍ଦ୍ଧ ଘୁମୁରା କଳାକାର ଉପସ୍ଥିତ ଥିଲେ ।