ମହୋଦଧି ଦିବସରେ ବିଚ ଓସେନ ସ୍ପୋର୍ଟ୍ସ ପ୍ରତିଯୋଗିତା, ବିଜେତା ଇଣ୍ଡିଆ ଟିମକୁ ଟ୍ରଫି ପ୍ରଦାନ କଲେ କ୍ରୀଡାମନ୍ତ୍ରୀ

33

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – -ମହୋଦଧି ଦିବସର ଉଦଯାପନୀ ଦିବସରେ ବିଚ ଓସେନ ସ୍ପୋର୍ଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସମୁଦ୍ର ଜଳରାଶି ରେ ଅନୁଷ୍ଠିତ ଖେଳ ମଧ୍ୟରେ ସମୁଦ୍ରପହଁରା,କାୟକିଙ୍ଗ କନୱାଗିଙ୍ଗ,ରନ ସୁଇମ ରନ, ରେସକ୍ଯୁ ଟିୟୁ ରେସକ୍ଯୁ କ୍ରୀଡା ରେ ଦଳଗତ ଭାବେ ଇଣ୍ଡିଆ ଟିମ ବିଜେତା ଘୋଷଣା ହୋଇଥିଲା |ବିଜେତା ଟିମ କୁ ରାଜ୍ୟ କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଟ୍ରଫି ପ୍ରଦାନ କରି ସନ୍ନମାନିତ କରିଥିଲେ ଶ୍ରୀଲଙ୍କା ଟିମ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ ||ଆୟୋଜିତ ଉତ୍ସଚ ରେ ଅଭ୍ୟର୍ଥନା କମିଟି ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ କହିଲେ ଯେ ଖୁବ କମ ସମୟରେ ଏହି କ୍ରୀଡା ଆୟୋଜନ ହୋଇଛି |ଲାଇଫ ଗାର୍ଡ ମନଙ୍କୁ ଅଧିକ ପ୍ରଶିକ୍ଷଣ ଦେଲେ ସେମାନେ ଜାତୀୟ ଓ ବିଦେଶ ରେ ସଫଳତା ପାଇପାରିବେ |ଅଲମ୍ପିକ ରେ ଏହି କ୍ରୀଡା ଏକ ନୂଆ ଉନ୍ମାଦ ସୃଷ୍ଟି କରିଛି | କ୍ରୀଡା ର ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ | ଉତ୍ସବ ର ମୁଖ୍ୟ ଶ୍ରୀଦ୍ଧାର୍ଥ ରାୟ କହିଲେ ପାର୍ଯ୍ୟଟକ ଙ୍କ ଜୀବନ ରକ୍ଷା ପାଇଁ ଆମର ଲାଇଫ ଗାର୍ଡ ମାନଙ୍କୁ ଅଧିକ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ |ମହୋଦଧି ସଂଗୀତ ବାଜିବା ସହ କ୍ରୀଡା ମଶାଲ ଜଳିଉଠିଥିଲା | ଭାରତୀୟ କୋଚ ଭାବେ ଆର ଏଲ ଏସ ଏସ ର କୌସ୍ତୁଭ ବକ୍ସି, ରୋହିତ ପି., ପ୍ରଦୀପ ନାଇଡ଼ୁ, ଜୟନ୍ତ କୁମାର ସିଂ, ଆର. ମୈୟାପାନ, ଧର୍ମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ | ବ୍ରାଣ୍ଡ ଅମ୍ବାସେଡର ଭାବେ ଆମେରିକା ର ଜୋନାଥାନ ରବିନସନ ଯୋଗ ଦେଇ ଏହି କ୍ରୀଡା ର ବିଶ୍ଵାସ୍ତରୀୟ ମାନ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ |ସନ୍ନମାନୀତ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ |କାନରା ବ୍ୟାଙ୍କ ର ଜି ଏମ ଜଗଦୀଶ ଚନ୍ଦ୍ର, ବରିଷ୍ଟ ସେବାୟତ ମଧୁସୂଦନ ସିଂହାରି, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ ବୋଲି ମେଡ଼ିଆ ଇନଚାର୍ଜ ବିଜୟ ମିଶ୍ର ସୂଚନା ଦେଇଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More