ମହେନ୍ଦ୍ର ବନାଞ୍ଚଳରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

76

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଆଜି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଲେ I ତତ ପରେ ଶ୍ରୀମାନ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦଙ୍କ ନିର୍ଦ୍ଧେଶ କ୍ରମେ ସହକାରୀ ବନସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଗାରାବନ୍ଧ ଥାନା ଅଧିକାରୀ ଓ ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀଙ୍କ ସହ ମିଶି ବୁରୁଝୁଲି ଗ୍ରାମର ସୀମାଦ୍ରୀ ଶବରଙ୍କ ଘର ବାଡ଼ିରେ ଥିବା ଏକ ବେଆଇନ କରତ କଳରେ ଏକ ମିଳିତ ଚଢ଼ାଉ କରାଗଲା I ଉକ୍ତ ପରିସର ମଧ୍ୟରେ ଖାନତଲାସୀ ବେଳେ ଘରେ କୌଣସି ବ୍ୟକ୍ତି ନଥିଲେ I ମିଳିତ ଚଢ଼ାଉ କରାଯିବା ଖବର ପାଇ ସେଠାରୁ ଆସାମୀ ଫେରାର ହୋଇଯାଇଥିଲେ I ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ବେଆଇନ ଶାଗୁଆନ କାଠ ୬୭ ଗୋଟି (48.98 Cft) , କଷି ସାଇଜ ୧୨ ଗୋଟି (11.24 Cft), କାଠ କାଟିବା ମେସିନ, ସ୍ପ୍ରେ ମେସିନ ଜବତ କରାଗଲା I ଉକ୍ତ କାଠକୁ ଏବଂ ଜବତ ହୋଇଥିବା ମେସିନ କୁ ମହେନ୍ଦ୍ର ବନାଞ୍ଚଳ ହତା ପରିସର ମଧ୍ୟରେ ରଖାଗଲା I ଉକ୍ତ ଚଢ଼ାଉ ସମୟରେ ବନପାଳ ଦୁର୍ଯ୍ୟଧନ ଜେନା, ବନରକ୍ଷୀ କେ.ଗିରିଶ କୁମାର, ଲକ୍ଷ୍ମୀ ନାରାୟଣ ପାଇକ, ଲକ୍ଷ୍ମୀପ୍ରିୟା ସାହୁ, ଗାରାବନ୍ଧ ଥାନା ଅଧିକାରୀ ରୀନାରାଣୀ ସାହୁ ସହ ଅନ୍ୟ ପୋଲିସ କର୍ମୀ ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ଉପସ୍ଥିତ ରହି ଚଢ଼ାଉରେ ଭାଗ ନେଇଥିଲେ ବୋଲି ଗଣମାଧ୍ୟମକୁ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More