ମହେନ୍ଦ୍ର ବନାଞ୍ଚଳରେ ବାଘ ପାଦ ଚିହ୍ନ୍ନ ଠାବ

48

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ନ ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ଇଲାକା ରେ ବାଘ ବୁଲୁଥିବାର ଖବର ପାଇ ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀ ଏବଂ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ଥିଲେ Iସେଠାରେ ବାହାରେ ବନ୍ଧା ଯାଇଥିବା ଏକ ଗାଈ କୁ କୌଣସି ଏକ ବନ୍ୟଜନ୍ତୁ ଘୋଷାଡ଼ି ନେଇ ମାରି ଖାଇଥିବାର ଦେଖିଥିଲେ I ନିକଟସ୍ଥ ଆଖପାଖ ଅଂଚଳକୁ ଛାନବୀନ କରି ଖୋଜାଖୋଜି ପରେ ଏକ କଲରା ପତ୍ରିଆ ବାଘର ପାଦ ଚିହ୍ନ୍ନ ଠାବ କରିଥିଲେ I ପାଦ ଚିହ୍ନ୍ନ ଠାବ କରି ପାଦ ଚିହ୍ନ୍ନକୁ ପ୍ଳାଷ୍ଟର ଅଫ ପରିସ ମାଧ୍ୟମରେ ଟ୍ରେସିଂ କରାଯାଇଥିଲା I Drone. କ୍ୟାମେରା ମାଧ୍ୟମରେ ଆଖପାଖ ଅଂଚଳରେ ଛାନବୀନ କରାଯାଇଥିଲା I ବାଘର ଅବସ୍ଥିତି ଜାଣିବା ପାଇଁ ବିଭିନ୍ନ ଅଂଚଳରେ ଟ୍ରାପ କ୍ୟାମେରା ଲଗାଯାଇଛି Iଜଙ୍ଗଲ ବିଭାଗ ତରଫରୁ ଆଖପାଖ ଅଂଚଳରେ ଏକ କଲରା ପତ୍ରିଆ ବାଘ ବୁଲୁଥିବାର ସତର୍କ ସୂଚନା ମଧ୍ୟ ଦିଆଯାଇଛି Iଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜ ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତି ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି I ଉକ୍ତ ଅଂଚଳକୁ ବନ ବିଭାଗର କର୍ମଚାରୀ ତୀକ୍ଷଣ ନଜର ରଖି ଅହରହ ଦିନରାତି କଡା ପେଟ୍ରୋଲିଙ୍ଗ କରୁଛନ୍ତି Iଏବଂ ଏହାର ସମ୍ପୂର୍ଣ ତଦାରଖ କାର୍ଯ୍ୟ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ଅରୁଣ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପର୍ଯ୍ୟାଲୋଚନା କରାଯାଉଅଛି I ମୃତ ଗାଈ ର କ୍ଷତିପୂରଣ ବାବଦରେ ଓଡିଶା ସରକାରଙ୍କ ଧାର୍ଯ୍ୟ ଅନୁସାରେ କ୍ଷତିପୂରଣ ରାଶି ପ୍ରଦାନ କରିବା ନିମନ୍ତେ ଅନୁକୁମ୍ପା APP. ମାଧ୍ୟମରେ ଅନୁମୋଦନ କରାଯାଇଛି I ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା କହିଛନ୍ତି କି ଏହାର ତଦନ୍ତ ଚାଲିଛି ଏବଂ ପାଦ ଚିହ୍ନ୍ନ ର ପରୀକ୍ଷା ପରେ ଏହା କି ପ୍ରକାର ବାଘ ଜଣାପଡିବା ବୋଲି କହିଛନ୍ତି I

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More