ମହେନ୍ଦ୍ରତନୟା ପରିଦର୍ଶନ କଲେ ଜଳ ସମ୍ପଦ ବିଭାଗୀୟ ଅଧିକାରୀ

161

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଉଠା ଜଳସେଚନ ବିଭାଗ, ଜଳ ସମ୍ପଦ ବିଭାଗ ଓ ଜନ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମହେନ୍ଦ୍ରତନୟା ନଦୀ ପରିଦର୍ଶନ କରି ଥିବାର ଦେଖିବାକୁ ମିଳିଛି।ଆଗାମୀ ଦିନରେ ବର୍ଷା ନହେଲେ ମହେନ୍ଦ୍ରତନୟା ନଦୀର ଜଳସ୍ତର କମି ଯିବ ଫଳରେ ଜଳ ସଙ୍କଟ ଦେଖା ଯିବାର ସମ୍ଭାବନା ରହିଛି।ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳର ଗାଁ ଗୁଡିକ ମହେନ୍ଦ୍ର ତନୟା ନଦୀ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ମହେନ୍ଦ୍ରତନୟା ନଦୀ ଶୁଖିବାରେ ଲାଗିଲାଣି। ଆଗାମୀ ଦିନରେ ସହରର ଜଳ ସମସ୍ୟା ଉତ୍କଟ ହେବାର ସମ୍ଭାବନା ରହିଛି। ଦୀର୍ଘ ଦିନ ହେଲା ବର୍ଷା ନହେବା ଯୋଗୁଁ ଏହି ଭଳି ସମସ୍ୟା ଦେଖାଦେଇଛି । ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜଳ ସମ୍ପଦ ବିଭାଗର ଅଧିକାରୀ ମାନେ ପରିଦର୍ଶନ କରି ଫେରିଯାଇଛନ୍ତି । ନଦୀର ଜଳ ସ୍ରୋତ କମି ଯିବା ଯୋଗୁଁ ଆଖ ପାଖ ଗ୍ରାମର ଲୋକ କରିଥିବା ରବି ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More