କଟକ(ସଂଘର୍ଷ ମିଡିଆ ) : : ବଡମ୍ବା ବ୍ଲକ ଅଧିନ ମହୁଲିଆ ରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସର ରେ ଝାମୁ ଯାତ୍ରା ପାଳିତ ହୋଇଯାଇଛି। ଏହି ଅବସର ରେ ସ୍ଥାନୀୟ ପାଞ୍ଚ ଖଣ୍ଡ ଗାଁ ର ହଜାର ହଜାର ଜନ ସାଧାରଣ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ। ଓଡିଶା ଇତିହାସ ରେ ପ୍ରଥମ ଥର ପାଇଁ ଏହି ଝାମୁ ରେ ଦୁଇ ଜଣ ମାନସିକଧାରି ମହିଳା ଝାମୁ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ହେଲା ଝାମୁ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ କରିପାରିନଥିବା ବେଳେ ଚଳିତ ବର୍ଷ କଟକଣା ଉଠି ଯାଇଥିବାରୁ ଦୂର ଦୁରନ୍ତରରୁ ଶ୍ରଦ୍ଧାଳୁ ମାନନଙ୍କର ଅଧିକ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।