ଭଦ୍ରକ(ସଂଘର୍ଷ ମିଡିଆ ) : : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ସମ୍ମୁଖ ପାଚେରୀକୁ ଲାଗି ଥିବା ପ୍ରଭୁ ଶନି ଦେବଙ୍କ ମନ୍ଦିରକୁ ଆଜି ଶତାଧିକ ଭକ୍ତ ପୂଜା ପାଠ କରିବା ପାଇଁ ଆସିଥିଲେ। ପୂଜା ଚାଲିଥିବା ସମୟରେ ପାଖରେ ଥିବା ଏକ ଗଛରୁ ଶତାଧିକ ମହୁମାଛି ମନ୍ଦିରରେ ଥିବା ଭକ୍ତ ମାନଙ୍କୁ ଆକ୍ରମଣ କରିଥିଲେ। ଏହି ମହୁମାଛି ଆକ୍ରମଣରେ ପ୍ରାୟ ବାରରୁ ଷୋହଳ ଜଣ ଭକ୍ତ ଆହତ ହୋଇ ଥିଲେ। ସେଥି ମଧ୍ୟରେ ଦୁଇ ମହିଳା ସମେତ ଦସ ପୁରୁଷ ଭକ୍ତ ଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ସ୍ଥାନୀୟ ମେଡିକାଲ ନେଇ ଚିକିତ୍ସା କରାଇ ଘରକୁ ପଠାଇ ଛନ୍ତି। ଭକ୍ତ ମାନଙ୍କ ମଧ୍ୟରୁ ମହୁମାଛି ଆକ୍ରମଣରେ କେହି ଅଧିକ ଗୁରୁତର ହୋଇ ନଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।