ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାମରେ ଆସିଲା ସଙ୍ଗିନ ଅଭିଯୋଗ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ଗ୍ରାମଞ୍ଚଳରୁ ରୋଗୀମାନେ ସ୍ୱାସ୍ଥ୍ୟ ସମସ୍ୟା ହେଲେ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ପରିତାପର ବିଷୟ ରୋଗୀଙ୍କ ସ୍ୱାସ୍ଥ୍ୟ ଦେଖୁଛନ୍ତି ଜଣେ ଫାର୍ମାସିଷ୍ଟ। ଜଣେ ରୋଗୀ ପିଛା 50 ଟଙ୍କା ଫିଶ ନେଉଛନ୍ତି।ଏବିଷୟରେ ଅଭିଯୋଗ ଶୁଣିବା ପରେ ଆମ ସଙ୍ଘର୍ଷ ନିଉଜ ପ୍ରତିନିଧି ଷ୍ଟିଙ୍ଗ ଅପରେସନ କରିଥିଲେ ଓ କଥା ସତ୍ୟ ଅଟେ ।ଆମ ପ୍ରତିନିଧିଙ୍କ ଠାରୁ ଫିଶ ବାବଦ 50 ଟଙ୍କା ନେଇଥିଲେ।ଗତ ସୋମବାର ଦିନ ଦିବା 11ଘଟିକା ସମୟରେ ଗୋବିନ୍ଦପୁର ପଂଚାୟତ ଗୋପାଳପୁର ଗ୍ରାମର ନିରଞ୍ଜନ ମୁଦୁଲିଙ୍କ ଅଭିଯୋଗ ତାଙ୍କ ବାପାଙ୍କ ଗୋଡ଼ ମାଡ଼ ହୋଇଯାଇଥିଲା ମହୀଧରପଡା ମେଡିକାଲ ଯାଇଥିଲେ।ପହଂଚୁ ପହଂଚୁ ମେଡ଼ିସିନ ଦୋକାନି ତାଙ୍କୁ ନେଇଯାଇଥିଲେ ଫାର୍ମାସିଷ୍ଟଙ୍କ ପାଖକୁ। ଫାର୍ମାସିଷ୍ଟ3500 ଟଙ୍କାର ପ୍ରେସସ୍କ୍ରିପସନ ଲେଖିଦେଇଥିଲେ।ପ୍ରଶ୍ନ ଉଠୁଛି ସରକାରୀ ମେଡିକାଲ ରେ ମେଡ଼ିସିନ ଦୋକାନୀଙ୍କ କାମ କଣ?ରୋଗୀଙ୍କ ପାଇଁ ନିରାମୟ ଥିବାବେଳେ ଫାର୍ମାସିଷ୍ଟ ମହୋଦୟ ଡାକ୍ତର ସାଜି ମେଡ଼ିସିନ ଦୋକାନକୁ ପ୍ରେସସ୍କ୍ରିପସନ ପଠାଉଥିବାର ଅଭିଯୋଗ ହେଉଛି।ଏବିଷୟରେ ଫାର୍ମାସିଷ୍ଟ ଙ୍କୁ ପଚାରିବାରୁ ଟଙ୍କା ନେଉଥିବାର ସ୍ୱୀକାର କରିଛନ୍ତି। ପ୍ରତିକ୍ରିୟା ନେବାକୁ ଗଲା ବେଳକୁ ଫାର୍ମାସିଷ୍ଟ ମହୋଦୟ ରୁମ ଲକ କରି ଚାଲିଯାଇଥିଲେ।ମେଡିକାଲ ସୁପରିଟେଣ୍ଡ ସୁବାସ ଚନ୍ଦ୍ର ଗୋଚ୍ଛାୟତ ମହୋଦୟଂକୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସ୍ୱିଚ ଅଫ ଥିଲା।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମେଡିକାଲ ପରିସରରୁ ଦଲାଲ ମୁକ୍ତ କଲେ ରୋଗୀମାନେ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More