ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

10

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ଏମ ରାମପୁର ସଦର ପଞ୍ଚାୟତ ମହକୁମା ମଟୋଗଣ୍ଡା ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରର ସମ୍ମିଳନୀ କକ୍ଷରେ ମିଶନ ଶକ୍ତି ଏମ୍ ରାମପୁର ବ୍ଲକର ସଭାନେତ୍ରୀ ଶ୍ରୀ ମତୀ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂହ ଦେଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ମିଶନ ଶକ୍ତି ସମ୍ପାଦିକା ଶ୍ରୀ ମତୀ କୈାଶଲ୍ଯା ସାହୁ, ମିଶନ ଶକ୍ତି କୋଡିନେଟର ସତ୍ୟ ସାହୁ, ବ୍ଲକ ବିଜେଡ଼ି ଦଳ ସଭାପତି ଗୋବିନ୍ଦ ପ୍ରସାଦ ସତପଥି, ଓଏଲ ଏମ ଦିପ୍ତି କିଶୋର ନାୟକ ଯୋଗଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବାବେଳେ, ସମାଜସେବୀ ବିକାଶ ରଞ୍ଜନ ସିଂହ ଦେଓ, ସାଇଦଲଙ୍ଗା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭବାନି ଶଙ୍କର ସାହୁ, ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରେମ ସାଗର ନାଏକ, ପ୍ରମୁଖ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More