ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହା ବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ସେମିନାର ସହିତ ପ୍ରଥମ ବର୍ଷ ନୂତନ ଛାତ୍ରୀମାନଙ୍କୁ ଏକ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ଶୃଙ୍ଖଳିତ ତଥା ମାର୍ଜିତ ହେବା ସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ମାନଙ୍କୁ ଯଥୋଚିତ ବ୍ୟବହାର ପଦର୍ଶନ କରିବା ପାଇଁ କିପରି ଯତ୍ନବାନ ହେବେ ସେ ସମ୍ବନ୍ଧରେ ଉପଦେଶ ଛଳରେ ତାଙ୍କର ଅଭିଭାଷଣ ନିର୍ଦ୍ଦେଶନା ଦେଇଥିଲେ।ସେହିପରି ବାହାର ଅଞ୍ଚଳ ରୁ ଆସି ଯେଉଁ ଛାତ୍ରୀମାନେ ମହିଳା ମହାବିଦ୍ୟାଳୟରେ ତିନିବର୍ଷ ପଢ଼ିବା ସମୟ ମଧ୍ୟରେ କଲେଜର ଶୃଙ୍ଖଳିତ ଢାଞ୍ଚାରେ ନିଜକୁ ସାମିଲ କରି ପାରିବେ ବୋଲି ଅଧ୍ୟକ୍ଷା ମହୋଦୟା ଛାତ୍ରୀମାନଙ୍କ ମଧ୍ୟରେ ଆଶା ବ୍ୟକ୍ତ କରିଥିଲେ।ସେହିପରି ବିଭାଗୀୟଅଧ୍ୟାପିକା ଡକ୍ଟର କଲ୍ୟାଣି ମିଶ୍ର ମଧ୍ୟ ଅଧ୍ୟକ୍ଷ। ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେଲେ ଭବିଷ୍ୟତରେ ବ୍ୟକ୍ତିଗତ ଜୀବନରେ ଆଦର୍ଶ ଜୀବନ ଯାପନ କରିବା ପାଇଁ ସକ୍ଷମ ହୋଇ ପାରିବେ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ ଅଧିବେଶନରେ ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଆବଶ୍ୟକତା ଶୀର୍ଷକରେ ଏକ ପାଠଚକ୍ର ଆୟୋଜିତ ହୋଇଥିଲା।ଏବଂ ତୃତୀୟ ବର୍ଷ ଛାତ୍ରୀ କେ ବିନ୍ଦୁ ମତିଙ୍କ ଦ୍ବାରା ପ୍ରସ୍ତୁତ ସେମିନାର ପ୍ରବନ୍ଧ ପାଠ କରାଯାଇଥିଲା। ଏହି ବିତର୍କରେ ଯୋଗ ଦେଇ ପି ରମ୍ୟା, ସୋନାଲି କାର୍ଜି, ଆରତୀ ସ୍ୱାଲାସିଂ ସେମାନଙ୍କର ବିତର୍କିୟ ମତ ଉପସ୍ଥାପନ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ତୃତୀୟ ବର୍ଷ ଛାତ୍ରୀ ବୃନ୍ଦ ସୁପ୍ରିୟା, ଲିଜା ରାଣୀ, ବିନ୍ଦୁ ମତି, ଦୀପ୍ତି ମୟୀ, ଅନୁପମା, ଦୀପା ଶ୍ରାବଣୀ କୁମୁଦିନି ଓ ସ୍ୱିଟି ଇତ୍ୟାଦି ପରିଚାଳନା କରିଥିଲେ ।