ମହିଳା ସ୍ନାତକ ମହା ବିଦ୍ୟାଳୟରେ ଡେଙ୍ଗୁ ସଚେତନତା ରାଲି ଅନୁଷ୍ଠିତ

29

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଯୁବ ରେଡ଼ କ୍ରସ ବିଭାଗ ତରଫରୁ ପାଳନ କରାଯାଇଛି।ମହା ବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅଧ୍ୟକ୍ଷା ରୀନା ସାହୁଙ୍କ ନେତୃତ୍ୱରେ ତଥା ଯୁବ ରେଡ଼କ୍ରସର ପରାମର୍ଶଦାତା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ସହଯୋଗରେ ଡେଙ୍ଗୁ ସମ୍ବନ୍ଧୀତ ସ୍ଲୋଗାନ ଦ୍ୱାରା ଛାତ୍ରୀମାନେ ଏକ ରାଲି କରିଥିଲେ।ଏହି ସ୍ଲୋଗାନ ରେ ଡେଙ୍ଗୁ ଜ୍ୱର କିପରି ଭାବରେ ଏଡିସ ମଶା ଦ୍ବାରା ସଂକ୍ରମିତ ହେଉଛି ତାର ଲକ୍ଷଣ ସମ୍ପର୍କରେ ଏବଂ ପରିବେଶର ପରିମଳତା ସମ୍ପର୍କରେ ସ୍ଲୋଗାନ ଦେଇ ସ୍ଥାନୀୟ ଜନ ବସତି ଅଞ୍ଚଳ ଯଥା ଫେଣ୍ଡସ ଲୋଲୋନୀର ସମସ୍ତ ଗଳିରେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରିଥିଲେ।ପରବର୍ତ୍ତୀ ସମୟରେ ଛାତ୍ରୀମାନେ ରାଜ୍ ରାସ୍ତା ପରିକ୍ରମା କରି ଥିଲେ।ସେହି ସମୟରେ ଡେଙ୍ଗୁ ରୋଗର ଲକ୍ଷଣ ଦେଖାଗଲେ ତୁରନ୍ତ ନିଦାନ ପାଇଁ ରକ୍ତ ପରୀକ୍ଷା ମଧ୍ୟ କରିବା ପାଇଁ ଛାତ୍ରୀ ମାନେ ସେମାନଙ୍କ ସ୍ଲୋଗାନ ରେ ସଚେତନ ବାର୍ତ୍ତା ପ୍ରଚାର କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଯୋଗ ଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More