ଗଜପତି(ସଂଘର୍ଷ ମିଡିଆ) : – ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ଆୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଆଜି (ଶନିବାର ଦିନ) ଅଧ୍ୟକ୍ଷା ଡ଼.ରୀନା ସାହୁ ମଧ୍ୟ ଛାତ୍ରୀ ତଥା କର୍ମଚାରୀ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ହେବ ବୋଲି କହିଥିଲେ। ଆଜି ମୁରୁଜ (ରଙ୍ଗୋଲି) ଓ ଷ୍ଟାଣ୍ଡ ଅପ୍ କମେଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଓ ଏସବୁ କାର୍ଯ୍ୟକ୍ରମରେ ବହୁଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ନିର୍ଦ୍ଦେଶରେ ନୋଡାଲ୍ ଅଧିକାରୀ ଡ଼.ଭାରତୀ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ , ଅଧ୍ୟାପିକା ସି.ଏଚ୍. ନିର୍ମଳା , ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ରଙ୍କ ଦ୍ବାରା କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।