ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ତିନିଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ ତଥା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।17 .10 .2023 ଓ 18. 10.2023 ତାରିଖ ରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ତର୍କ,ସୃଜନଶୀଳ ଲେଖନୀ,କବିତା ଆବୃତ୍ତି, ଶବ୍ଦ ଖେଳ, ଏକକ ନୃତ୍ୟ, ସମ୍ମିଳିତ ନୃତ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଛାତ୍ରୀମାନେ ସେମାନଙ୍କର ପରିଚୟ ପଦର୍ଶନ କରିଥିଲେ। ସେହିପରି 19.10. 2023 ତାରିଖରେ ସ୍ଥାନୀୟ ପୋଲିସ ହୋମଗାର୍ଡ କ୍ରୀଡ଼ା ପଡ଼ିଆରେ 100 ମିଟର,200 ମିଟର ଦୌଡ଼,ସଟଫୁଟ, ଡିସକ୍ ସ ଜ୍ୟାବଲିନ୍ ଇତ୍ୟାଦି କ୍ରୀଡ଼ା ପ୍ରତିଯୋଗିତା ହୋଇ ଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଛାତ୍ରୀମାନଙ୍କୁ ଉତ୍ସ।ହିତ କରିଥିଲେ।ଅଧ୍ୟାପିକା ଡକ୍ଟର ଭାରତୀ ପାଣିଗ୍ରାହୀ, ସି ଏଚ ନିର୍ମଳା, ଅଧ୍ୟାପକ କେ ସି ପଣ୍ଡିତ, ଗ୍ରନ୍ଥାଗାରକ ଏଲ ଦୁର୍ଯ୍ୟୋଧନ ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଅଧ୍ୟାପିକା ବରଦା ଆଚାର୍ଯ୍ୟ କଲ୍ୟାଣି ମିଶ୍ର କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ନଭେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ସମସ୍ତ ପ୍ରତିଯୋଗିତା ଗୁଡିକର ଆୟୋଜନରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ତଥା ସ୍ବେଚ୍ଛାସେବୀ ସୁପ୍ରିୟା ଲିଜା, ମନୀଷା ଅନୁପମା ଲକ୍ଷ୍ମୀ ପ୍ରମୁଖ ସହଯୋଗ କରିଥିଲେ।