ମହିଳା ସାମ୍ବାଦିକାଙ୍କ ସହ ମହିଳା ପୋଲିସ ଏସଆଇଙ୍କ ପ୍ରେମ କାହାଣୀ, ପ୍ରଥମେ ପ୍ରେମ, ପରେ ଦୁଷ୍କର୍ମ ,ଏବେ ଜେଲରେ

8

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଆପଣଙ୍କୁ ଏ କଥା ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ, ଜଣେ ମହିଳା ଆଉ ଜଣେ ମହିଳାକୁ କେମିତି ଦୁଷ୍କର୍ମ କରିବ ବିଶ୍ୱାସ ନହେଲେ ମଧ୍ୟ ସତ । ଏକଥା ଆମେ କହୁନୁ ଏକଥା ଖୋଦ ଜଣେ ଅଭିଯୋଗ କାରି ମହିଳା ସାମ୍ବାଦିକା ଜଣକ ଅଭିଯୋଗ କରିଛନ୍ତି ଭଦ୍ରକ ଟାଉନ ଥାନାରେ । ଆଉ ଅଭିଯୋଗ ମୂଳେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି | ତେବେ କଣ ସେ ରୋଚକ କାହାଣୀ ଆସନ୍ତୁ ଶୁଣିବା……
2021ରୁ ଚାଲିଥିଲା ମହିଳା ଏସ ଆଇ ତପସ୍ୱିନୀ ମହାପାତ୍ର ଓ ଜୈନେକ ମହିଳା ସାମ୍ବାଦିକାଙ୍କ ପ୍ରେମ,ଏମିତି ପ୍ରେମ ଯେ କେହି କାହାକୁ ନଦେଖିଲେ କାଳେ ରହିପାରିନଥିଲେ । ଖାଲି ପ୍ରେମ ନଥିଲା ଦୁହିଁଙ୍କ ମଧ୍ୟରେ ଖରାପ ସମ୍ପର୍କ ମଧ୍ୟ ଅନେକ ଥର ହୋଇଥିଲା ଓ ବୁଲିବା ପାଇଁ ପୁରୀ ମଧ୍ୟ ଯାଇଥିଲେ । ପ୍ରେମୀ ଯୁଗଳଙ୍କ ସେଠାରେ ମନ୍ଦିରରେ ବାହାଘର ହେଲା ଆଉ ସେବେଠୁ ସଂପର୍କ ଆହୁରି ଅଧିକ ନିବିଡ ହେଲା କିନ୍ତୁ ବିଦିବଦ୍ଧ ଭାବେ ବିବାହ କରିବା ପାଇଁ ମହିଳା ଜଣକ ଏସ ଆଇ ଙ୍କୁ ଅନେକ ବାର କହିଛନ୍ତି କିନ୍ତୁ ଏସ ଆଇ ବିବାହ କଥାକୁ ଆଡେଇ ଦିଅନ୍ତି | ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ମହିଳା ସାମ୍ବାଦିକା ଜଣକ ଜାଣିବାକୁ ପାଇଲେ ଏସଆଇ ଆଗରୁ ବିବାହିତ ତାଙ୍କର ଜଣେ ସ୍ତ୍ରୀ ମଧ୍ୟ ଅଛନ୍ତି ଆଉ ସେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ରେ ଏସ ଆଇ ଭାବରେ କାର୍ଯ୍ୟ କରନ୍ତି । ତେବେ ମହିଳା ସାମ୍ବାଦିକା ଜଣକ ଏପ୍ରିଲ ୧ ତାରିଖରେ ଏକ ଏତଲା ଭଦ୍ରକ ସହରାଞ୍ଚଳ ଥାନାରେ ଦେଇଥିଲେ । ସେହି ଏତଲା ମୂଳେ ପୋଲିସ ତଦନ୍ତ କରି ଏସଆଇଙ୍କୁ ପ୍ରଥମେ ଥାନାରେ ଅଟକ ରଖି ପରେ ମେଡ଼ିକାଲ ନେଇ ଅଲ୍ଟ୍ରା ସାଉଣ୍ଡ କରିବାରୁ ଜଣା ପଡ଼ିଲା ଯେ ପୋଲିସ ଏସ ଆଇ ଜଣଙ୍କ ବ୍ରେଷ୍ଟ ଦୁଇଟିକୁ କାଟି ବାହାର କରିଦେବା ସହ ଗର୍ଭାଶୟକୁ ବାହାର କରି ଦେଇଛନ୍ତି । ଅଭିଯୋଗ କାରିଣୀଙ୍କ ଏତଲା ଆଧାରରେ ପୋଲିସ ipc sec- 376 ଅନୁସାରେ ଏସଆଇଙ୍କୁ କୋର୍ଟ ଚାଲାଣ କରିଛନ୍ତି | ତେବେ city dsp ଙ୍କ ପ୍ରତିକ୍ରିୟା ଅନୁସାରେ ଏସ ଆଇଙ୍କ ଡାକ୍ତରୀ ମଇନାରୁ ଜଣାଯାଇଛି ଯେ ସେ ଜଣେ ମହିଳା ଓ ତାଙ୍କ ନାମରେ ଜୈନେକ ମହିଳା ଦେଇଥିବା ଏତଲା ଅଧାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି |
ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅଭିଯୁକ୍ତ ଏସ ଆଇ ଜଣେ ମହିଳା ତେବେ ତିନି ବର୍ଷ ହେଲା ମହିଳା ଅଭିଯୋଗକାରୀ ଜଣକ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିଲେ କେମିତି ଏବଂ ବାହାଘରର ତିନି ବର୍ଷ ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କ ଭଳି ସଂପର୍କରେ ରହିବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆଗରୁ ଆଉ ଜଣେ ସ୍ତ୍ରୀ ଅଛନ୍ତି ବୋଲି ଆଉ ସେ ମଧ୍ୟ ଜଣେ ମହିଳା ଆଉ ଏତଲାରେ ମଧ୍ୟ ଅଭିଯୋଗ କାରି ସ୍ପଷ୍ଟ କରିଛନ୍ତି ଅଭିଯୁକ୍ତଙ୍କ ନାମ ତପସ୍ୱିନୀ ମହାପାତ୍ର (ଭୈରବ ରାଧାକୃଷ୍ଣ )ବୋଲି ତେଣୁ ଅଭିଯୋଗ କାରି ଆଗରୁ ଜାଣିଥିଲେ ଏସ ଆଇ ଜଣକ ଜଣେ ମହିଳା ବୋଲି । ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି | ତେବେ ଏଭଳି ଏକ ରୋଚକ ଖବର ମୋଡ କେଉଁ ଆଡେ ଗତି କରୁଛି ତାହା ଦେଖିବାକୁ ବାକିରହିଲା |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More