କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ବୋହୁ ଋଣକରି ନ ସୁଯିବାରୁ ୮୦ ବର୍ଷର ଶାଶୁ ଖାଇଲେ ମାଡ଼, ଖାଲି ମାଡ଼ ନୁହେଁ ମାଡ଼ ମାରିବା ସହିତ ଦିର୍ଘ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପୁରାଇ ତାଲା ପକାଇ ରଖିଲେ ମହିଳା ସମିତିର ସଭାନେତ୍ରୀ। ଏଭଳିକି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅର୍ନ୍ତଗତ ଗଞ୍ଜା ଗାଁରେ। କୈଣସି ଅସୁବିଧା ହେତୁ ଗଞ୍ଜାମ ଗ୍ରାମର ପୂଜା ରାୟ ସେହି ଗ୍ରାମର ଏକ ମହିଳା ସମିତିରୁ ରୁଣ ଆଣିଥିଲେ ଅଭାବ ଅନାଟନ ଯୋଗୁଁ ସମୟ ଭିତରେ ରୁଣ ଟଙ୍କା ପୈଠ କରିପାରି ନଥିଲେ। ସେହି ମହିଳା ସମିତିର ସଭାନେତ୍ରୀ ଗାୟତ୍ରୀ ମହଲା ବାରମ୍ବାର ରୁଣ ଟଙ୍କା ମାଗୁଥିଲେ କିନ୍ତୁ ପରିବାର ଅଭାବ ଅନାଟନ ଭିତରେ ପୂଜା ରାୟ ରୁଣ ଟଙ୍କା ଠିକ୍ ସମୟରେ ଦେବାରେ ଅସମର୍ଥ ହେବାରୁ। ଆଜି ମହିଳା ସମିତିର ସଭାନେତ୍ରୀ ଗାୟତ୍ରୀ ମହଲା ଓ ତାଙ୍କ ପୁଅ ପୂଜା ରାୟଙ୍କ ଘରକୁ ଆସିଥିଲେ ପୂଜା ରାୟକୁ ଖୋଜିଥିଲେ ପୂଜା ତାଙ୍କ ସ୍ଵାମୀକୁ ନେଇ ମେଡିକାଲ ଜଣାଇଥିଲେ। ସମିତିର ସଭାନେତ୍ରୀ ପୂଜାକୁ ନପାଇ ଘରେ ଥିବା ପୁଜା ଙ୍କ ୮୦ ବର୍ଷର ବୃଦ୍ଧ ଶାଶୁ ସରସ୍ୱତୀ ରାୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମାରି ଘର ଭିତରେ ପୁରାଇ ବାହାର ପଟୁ ତାଲା ପକାଇ ଗୃହବନ୍ଦି କରି ରଖିଥିଲେ। ଗଞ୍ଜା ଗ୍ରାମର କିଛି ଯୁବକ ଏନେଇ ରାଜକନିକା ଥାନାରେ ଅଭିଯୋଗ କରିବା ପରେ ରାଜକନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୃହବନ୍ଦି ଥିବା ବୃଦ୍ଧ ସରସ୍ୱତୀ ଙ୍କୁ ଉଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ମହିଳା ସମିତିର ସଭାନେତ୍ରୀ ଙ୍କ ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏବେ ଦେଖିବାକୁ ବାକି ରହିଲା ରାଜକନିକା ପୋଲିସ କି ପ୍ରକାରର ପଦକ୍ଷପ ଗ୍ରହଣ କରୁଛି। (ରାଜକନିକା ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)