ମହିଳା ମହାସଙ୍ଗ ତରଫରୁ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ବନ ବିଭାଗକୁ ଦାବିପତ୍ର ପ୍ରଦାନ

7

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ନଦୀ କୂଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ମାଆ ମାଟିଆ ମଙ୍ଗଳା ମହିଳା ମହାସଂଘର ବହୁତ ମହିଳାମାନେ ବନବିଭାଗକୁ ଦେଲେ ଦାବିପତ୍ର। ରାଜନଗର ଅଞ୍ଚଳର ଜରିମୁଳ, ମହୁଲିଆ, ଦକ୍ଷିଣଭେଡା ଭଳି ଅନେକ ନଦୀ କୂଳିଆ ଗ୍ରାମର ଲୋକମାନେ ସବୁ ସମୟରେ ନଦୀ ଉପରେ ନିର୍ଭର କରିଥାନ୍ତି। ଦକ୍ଷିଣ ଭେଡା ଗ୍ରାମରେ ପର୍ଯ୍ୟାପ୍ତ ନଳକୂପ ଓ ଗଡିଆ ନଥିବା ହେତୁ ସେଠାକାର ଲୋକମାନେ ନଦୀର ପାଣିକୁ ବ୍ୟବହାର କରିଥାନ୍ତି। ନଦୀରେ କୁମ୍ଭୀର ଦାଉରୁ ଲୋକମାନେ ରକ୍ଷା ପାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଦୀରେ ତାରଘେରା ବାଥିଙ୍ଗ୍ ଘାଟର ବ୍ୟବସ୍ଥା ସହିତ ନଦୀ କୂଳିଆ ଲୋକମାନଙ୍କୁ ସଚେତନ କରିବା ପାଇଁ ସରକାରୀ ସ୍ତରରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆସୁଛି କିନ୍ତୁ ରାଜନଗର ବନବିଭାଗ ର ଖାମଖିଆଲି କାର୍ଯ୍ୟ ଯୋଗୁଁ ଏ ଅଞ୍ଚଳର ବହୁତ ନିରିହ ଲୋକମାନଙ୍କୁ କୁମ୍ଭୀର ଟାଣିନେଇ ମାରିଥିବା ସମୟରେ ସେମାନଙ୍କ ପରିବାର ବହୁତ ଅଭାବ ଓ କଷ୍ଟ ଭିତରେ ଗତି କରୁଛି। ମଣିଷ ଠାରୁ ଆରମ୍ଭ କରି ଚରିବାକୁ ଯାଉଥିବା ଗୃହପାଳିତ ପଶୁ ଗାଇ ଗୋରୁ ଛେଳି ମେଣ୍ଢା ମାନେ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟୁଛି। ସେଥିପାଇଁ ଆଜି ମା ମାଟିଆ ମଙ୍ଗଳା ମହିଳା ମହାସଂଘର ମହିଳାମାନେ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ଏକ ଦାବିପତ୍ର ଦେଇଥିବା ନଜରକୁ ଆସିଛି। ଏବେ ଦେଖିବାକୁ ବାକି ରହିଲା ଏ ଦାବିପତ୍ର ଅଦରକାରୀ ଫାଇଲି ଭିତରେ ରଖାଯାଉଛି ନା ବନବିଭାଗ ପକ୍ଷରୁ ସୂଚନା ଫଳକ, ତାରବାଡର ବାଥିଙ୍ଗି ଘାଟ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। (ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More