କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ପୁଣି ଖାକିର ଦବଙ୍ଗଗିରି, କାର୍ଯ୍ୟରତ ୱେବ ସାମ୍ବାଦିକଙ୍କୁ ଚାପଡ଼ା ମାରିଲେ ମହିଳା ପୋଲିସ କନେଷ୍ଟବଳ l ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଏସ୍ ପି ବା ପୋଲିସ ହେଡକ୍ୱାଟର କାର୍ଯ୍ୟାଳୟ ସମ୍ମୁଖରେ l ଘଟଣା ଯାହାବି ହେଉ ଜଣକ ବୃତ୍ତିକୁ ଆକ୍ଷେପ କରି କହିବା ସହ ସର୍ବ ସମ୍ମୁଖରେ ଚାପୁଡ଼ା ମାରିବା ନିହାତି ଭାବେ ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସେ ଜଣେ ସାଟ୍ ଲାଇଟି ସାମ୍ବାଦିକ ହେଉ କି ୱେବ ସାମ୍ବାଦିକ ହେଉ କି ଜଣେ ସାଧାରଣ ଲୋକଟିଏ ହେଉ ଯଦି ସେ ବ୍ୟକ୍ତି ଜଣଙ୍କ କିଛି ଭୁଲ କରିଥିଲା ତାକୁ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନନେଇ ଏଭଳି ଲୋକମାନଙ୍କ ସମ୍ମୁଖରେ ମାରିବା ଓ ତା କାର୍ଯ୍ୟକୁ ନେଇ ଆପତ୍ତିଯନକ ଅଶାଳିନ ଭାଷାରେ ଗାଳିଦେବା ସେ ଭଦ୍ରମହିଳା କନେଷ୍ଟବଳଙ୍କ ବ୍ୟବହାର ଠିକ୍ ଲାଗୁନି।ଏତେ ଗର୍ବ କାହାପାଇଁ ଦେହରେ ଖାକି ପୋଷାକ ପାଇଁ ନାଁ କିଛି ରାଜନେତାଙ୍କ ସାହାସରେ ଏଭଳି କରିଛନ୍ତି ତାହା ଠିକିରେ ବୁଝା ପଡୁନି।ଏଭଳି ଉଧତାମି ପାଇଁ ମହିଳା କନେଷ୍ଟବଳଙ୍କ ପ୍ରତି ଆଇନ୍ ଗତ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏସ୍ ପି ଅଫିସ ଆଗରେ ଜନ ଅସନ୍ତୋଷ ଦେଖାଦେବାର ଆସଙ୍କା କରାଯାଉଛି। ଜଣେ ସାମ୍ବାଦିକ କରେ କଣପାଇଁ ? ଏ ଅଞ୍ଚଳର ଅସହାୟର ସାହାରା ଜଣେ ସାମ୍ବାଦିକ। ଦୁଃଖିର ଦୁଃଖରେ ସଦାସର୍ବଦା ଲଢେଇ କରେ ବ୍ଲକ ଠାରୁ ଥାନା ପଯ୍ୟନ୍ତ। ସରକାରି ସମ୍ପତ୍ତିକୁ ହଡ଼ପ କରିଥିବା ସରକାରୀ ଚାକିରିଆ ଠାରୁ ଆରମ୍ଭ କରି ବାହୁବଳୀ ବ୍ୟକ୍ତିଙ୍କ କବଳରୁ ରକ୍ଷା କରେ। ଏ ସମାଜରେ ସାମ୍ବାଦିକ କରୁଥିବା ବ୍ୟକ୍ତିଟିଏ ବିନା ପାରିଶ୍ରମିକରେ କାର୍ଯ୍ୟକରେ। କିନ୍ତୁ ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନେ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନିଅନ୍ତି କିନ୍ତୁ ସାଧାରଣ ଲୋକଟିଏ କୈାଣସି କାର୍ଯ୍ୟପାଇଁ ଗଲେ ତାଠାରୁ ବି ଲାଞ ନିଅନ୍ତି। ଲୋକମାନଙ୍କ ସେବାପାଇଁ ରାଜନେତା ମାନେ ଚିତ୍କାର କରୁଥିବା ବେଳେ ପାରିଶ୍ରମିକ ବାବଦକୁ ସରକାରଙ୍କଠାରୁ ଟଙ୍କା ନେଉଥିବା ବେଳେ ରାସ୍ତାଘାଟ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆଭାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ନିରିହ ଗରିବ ଲୋକମାନଙ୍କ ଠାରୁ ଅର୍ଥ ନେଉଥିବାର ନଜିର ଅଛି। ଜଣେ ସାମ୍ବାଦିକ କରୁଥିବା ବ୍ୟକ୍ତିଟିଏ ସକାଳୁ ଘରୁ ବାହାରି ଯାଏ ସମ୍ବାଦ ପାଇଁ କେତେବେଳେ ଖାଏ ତ କେତେବେଳେ ଖାଲି ପେଟରେ ଘରକୁ ଫେରେ ରାତି ୯ଟାରେ ଅଭିବି ଲୋକଟିଏ କେବେବି ସାମ୍ବାଦିକତା କରି ତାର ପରିବାର ଚଳାଇପାରେନା କାରଣ ସେ ସାମ୍ବାଦିକ ଯେଉଁ ଲୋକପାଖକୁ ଯାଏ ସେ ଲୋକଟି ବହୁତ ଅସୁବିଧାରେ ସମୁଖୀନ ହୋଇଥାଏ ସେହି ଅସୁବିଧାକୁ ସୁଧାରିବା ପାଇଁ ନ୍ୟୁଜ୍ ପ୍ରସାରଣ କରେ ସେହି ନ୍ୟୁଜ୍ ବଳରେ ସରକାରୀ ହେଉ କି ବେସରକାରୀ ସଂସ୍ଥାମାନେ ଆଗେଇ ଆସନ୍ତି ସାହାଯ୍ୟ କରିବାପାଇଁ। ସାମ୍ବାଦିକ ଟିଏ କଣପାଏ କେବେ ଚିନ୍ତା କରିଛନ୍ତି। ସାମ୍ବାଦିକ ଟିଏ କଣ ପାଏ ଅସହାୟ ଗରିବ ଲୋକମାନଙ୍କ ଠାରୁ ଆର୍ଶୀବାଦ ଓ ଦୃନୀତି କରୁଥିବା ଅଫିସର ନାଲି ଆଖି,ଅସାଧୁ ଲେଖକମାନଙ୍କ ଠାରୁ ମାଡ଼ ଓ ମିଥ୍ୟା କେସ୍ କରି ଫସାଇ ଦିଆଯାଏ ସେ ସାମ୍ବାଦିକ ଜଣକୁ ପରେ ଜେଲର ଧମକ ସହିତ ପଠାଇ ଦିଆଯାଏ ଜେଲକୁ। ଫେରେ ବି ସେ ସାମ୍ବାଦିକ ଛାଡେନି କାରଣ ଆମ ଦେଶରେ ସରକାରଙ୍କ ମନମୁଖୀ କାର୍ଯ୍ୟ ସରକାରୀ ଅଫିସଙ୍କ ଅନ୍ତର ପାନ୍ତର କାର୍ଯ୍ୟକୁ ସବୁବେଳେ ବାଧା ପହଁଚାଏ ଜଣେ ସଚ୍ଚୋଟ କର୍ଭବ୍ୟରତ ସାମ୍ବାଦିକ। ସେ ଡରେନା ଅନ୍ୟାୟକୁ।(ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)