ମହିଳା ଏସଆଇ ଓ ମହିଳା ସାମ୍ବାଦିକାଙ୍କ ପ୍ରେମ କାହାଣୀର ଟୁଇଷ୍ଟ , ମହିଳା ସାମ୍ବାଦିକାଙ୍କ ନାମରେ ଏତଲା ଦେଲେ ଏସଆଇଙ୍କ ଭଉଣୀ

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଗତ ଚାରିଦିନ ତଳେ ଭଦ୍ରକ ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା ମହିଳା ପୋଲିସ ଓ ମହିଳା ସାମ୍ବାଦିକାଙ୍କ ପ୍ରେମ କାହାଣୀ । ପ୍ରଥମେ ପ୍ରେମ, ପରେ ନିବିଡ଼ତା ଶେଷରେ ବିବାହ ପରେ ଶାରୀରିକ ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇ ଥାନାରେ ଅଭିଯୋଗ ଆଣିଥିଲେ ମହିଳା ସାମ୍ବାଦିକା ଜଣକ । ଅଭିଯୋଗ ଆଧାରରେ ଭଦ୍ରକ ସହରାଞ୍ଚଳ ଥାନା ପୋଲିସ si ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ , ଅନେକ ସଙ୍ଗୀନ ଦଫା ଲାଗିଥିବା ବେଳେ ଆଇନର ଗଲା ବାଟ ଦେଇ ମାତ୍ର ଗୋଟିଏ ଦିନରେ କୋର୍ଟରୁ ଜାମିନ ପାଇଯାଇଥିଲେ ମହିଳା Si ଜଣକ । ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା । ତେବେ ଆଜି ହଠାତ ସେହି ମାମଲାରେ ଏକ ଭିନ୍ନ ମୋଡ ନେଇଥିବା ଦେଖିବାକୁ ମିଳିଛି । ମହିଳା Si ତପଶ୍ଵନି ମହାପାତ୍ରଙ୍କ ଭଉଣୀ ଟାଉନ ଥାନାରେ ମହିଳା ସାମ୍ବାଦିକାଙ୍କ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି ଯାହାକି ଯାହାକି ସମସ୍ତଙ୍କୁ ପୁଣି ଚକିତ କରି ଦେଇଛି । ମହିଳା Si ଙ୍କ ଭଉଣୀ କହିଛନ୍ତି ତାଙ୍କୁ ମହିଳା ସାମ୍ବାଦିକା ଜଣକ ଅଟକାଇ ତାଙ୍କୁ ଗୁଣ୍ଡା ଲଗାଇ, ମାଡ଼ ମାରିବା ସହ ନଗଦ କୋଡ଼ିଏ ହାଜର ଟଙ୍କା ନେଇଯାଇଥିବା କହିଛନ୍ତି ଏବଂ ମୋ ଭଉଣୀକୁ ମାରିଦେବାକୁ ଧମକ ଦେଉଛନ୍ତି। ଅନେକ ଦିନରୁ ତାଙ୍କ Si ଭଉଣୀଙ୍କୁ ବ୍ଲାକମେଲ କରିବା ସହ ଯୌନ ନିର୍ଯାତନାର ଭୟ ଦେଖାଇ ଅନେକ ଥର ୧୦ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଥିବା ଅଭିଯୋଗ କହିଛନ୍ତି । ମହିଳା ସାମ୍ବାଦିକା ଜନକ Si ଙ୍କ ବିରୋଧରେ ଅଭିଯୋଗ କରୁଥିବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ତାଙ୍କ ଭଉଣୀ । ସେ କହିଛନ୍ତି ଜଣେ ମହିଳା କେମିତି ଆଉ ଜଣେ ମହିଳାଙ୍କ ଶହ ଶାରୀରିକ ସମ୍ପର୍କ ସ୍ଥାପନ କରିପାରିବ । ମୋ ଭଉଣୀ ସହ ସାଙ୍ଗ ହେବାର ସମ୍ପର୍କ ସ୍ଥାପନ କରି ତାର ଫାଇଦା ଉଠାଇ ମୋ ଭଉଣୀର ଜୀବନ ନଷ୍ଟ କରିଛି ବୋଲି ଅଭିଯୋଗ କରିଛନ୍ତି Siଙ୍କ ଭଉଣୀ । ତେଣୁ ଏଭଳି ମନ ଗଢା କାହାଣୀ ରଚି ମୋ ଭଉଣୀକୁ ବାର୍ବାଦ କରିଥିବା ରାକ୍ଷସୀ ମହିଳା ସାମ୍ବାଦିକାକୁ ତୁରନ୍ତ ଗିରଫ କରିବା ସହ ତାଙ୍କ ପରିବାରକୁ ମଧ୍ୟ ଗିରଫ କରିବାକୁ ଗଣମାଧ୍ୟମ ସମ୍ମୁଖରେ କ’ଣ କହୁଛନ୍ତି ମହିଳା ଏସ ଆଇଙ୍କ ଭଉଣୀ ଶୁଣନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More