ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ନିବାରଣ ପାଇଁ ସପଥ ଗ୍ରହଣ

12

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ନେତୃତ୍ୱରେ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ ଭାରତରୁ ସମ୍ପୁର୍ଣ୍ଣ ନିଶା ନିବାରଣ ପାଇଁ ଶପଥ ଗ୍ରହଣ କରାଯାଇଥିଲା।ମହା ବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ନୃସିଂହ ପ୍ରସାଦ ପାଣିଗ୍ରାହୀ, ସମସ୍ତ ଛାତ୍ରୀମାନଙ୍କୁ ଏବଂ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦଙ୍କୁ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହି,ଦେଶକୁ ନିଶା ମୁକ୍ତ କରି ବାକୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ମନଶ୍ୱିନୀ ଦାସ,ଗୁରୁ ରଘୁନାଥ ପାତ୍ର, ଡକ୍ଟର ମହେନ୍ଦ୍ର ସାର, ବାଗ୍ମୀ ସାର, ଅଧ୍ୟାପିକା ବୃନ୍ଦ, ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରୀ ମାନଙ୍କ ସହ ଉପସ୍ଥିତ ରହି ନିଶା ଦ୍ରବ୍ୟ ନିବାରଣ ପାଇଁ ଶପଥ କରିଥିଲେ।ପରିଶେଷରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ପ୍ରତ୍ୟେକ ଶିକ୍ଷାର୍ଥୀନି ମାନଙ୍କୁ ନିଜର ପ୍ରଚେଷ୍ଟାରେ ଗ୍ରାମରେ ପରିବାରରେ ଏହାର ସଚେତନତା କରାଇବା ପାଇଁ କହିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More