ମହିଳା ଆୟୋଗ ଦ୍ଵାରା ସମ୍ମାନିତ ହେଲେ ଅଙ୍ଗନବାଡି କର୍ମୀ

11

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ ,ଦେପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବୁ କେନ୍ଦୁ ଗୁଡ଼ା ଗ୍ରାମର ଶ୍ରୀମତୀ ଅହଲ୍ୟା ସାହୁ ଜଣେ ଅଙ୍ଗନବାଡି କର୍ମୀ ହୋଇଥିବା ବେଳେ ମଧ୍ୟ ତାଙ୍କ ସେବା ଓ କର୍ତବ୍ୟନିଷ୍ଠା କାମ ଯୋଗୁଁ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି । ସେ କରୋନା ମହାମାରୀ ସମୟରେ ହେଉ ,ଅବା କୌଣସି ଜନ ସଚେତନତା ଅଭିଯାନ ଉପରେ ହେଉ, ଶ୍ରୀମତୀ ଅହଲ୍ୟା ସାହୁ ନିର୍ଭୀକ ଆଉ ସହସିକତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି । ସେ କରୋନା ମହାମାରୀ ସମୟରେ ନିଜେ ତିଆରି କରି ମାସ୍କ ବଣ୍ଟନ ସହ ଲୋକଙ୍କୁ ସାବୁନ,ସାନିଟାଇଜର ଦେବା ସହ ଘରେ ଥିବା ତଥା ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କୋଭିଡ ସଚେତନତା କରୁଥିଲେ ।
ଶ୍ରୀମତୀ ସାହୁ ଜଣେ ତଳ ସ୍ତରର କର୍ମଚାରୀ ହେଲେ ମଧ୍ୟ ସେବା କରିବାର ଦୃଢ଼ ଇଛାଶକ୍ତି ଓ ମନୋବଳ ଥିଲେ, ସବୁ ଯେ – ସମ୍ଭବ ତାହା ସେ ପ୍ରମାଣ କରି ଦେଖାଇଛନ୍ତି । ବିଭିନ୍ନ ସମୟରେ ଗରିବ,ଭୋକିଲା ଲୋକଙ୍କୁ ମଧ୍ୟ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳେ । ତେବେ ତାଙ୍କ କେନ୍ଦ୍ରରେ ୪୨ ଟି କୁନି କୁନି ବାଳକ ବାଳିକା ଅଧ୍ୟୟନ କରୁଥିବା ବେଳେ, ସେ ତାଙ୍କ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଖର୍ଚ୍ଚ ବହନ କରି ଏକ ଟ୍ରେନର ରୂପ ଦେଇ ଗ୍ରାମ ତଥା ଅଞ୍ଚଳର ସମସ୍ତଙ୍କ ନଜରକୁ ବେଶ ଆକର୍ଷଣ କରିଛନ୍ତି ।
ତେବେ ଏଭଳି ଅଭିନବ ପ୍ରୟାସ ଯୋଗୁଁ – ରାଜ୍ୟ ଓଡ଼ିଶା ମହିଳା ଆୟୋଗ ଦ୍ୱାରା ଭବାନୀପାଟଣା ଠାରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଶ୍ରୀମତୀ ସାହୁଙ୍କୁ ମହିଳା ଆୟୋଗର ଅଧ୍ୟକ୍ଷା ଡ.ମିନତୀ ବେହେରା, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ପୌରାଧ୍ୟକ୍ଷ ଭବାନୀପାଟଣା ସଂଯୁକ୍ତା ବେହେରା, ମହିଳା ଆୟୋଗ ସଦସ୍ୟ ସ୍ବର୍ଣ୍ଣଲତା ସାମଲ ସମେତ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ କଲମପୁର ବ୍ଲକ- ବାବୁ କେନ୍ଦୁ ଗୁଡ଼ା ଅଙ୍ଗନବାଡି କର୍ମୀ ଅହଲ୍ୟା ସାହୁଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ଭର୍ଧିତ କରାଯାଇଥିବା ବେଳେ, ଅଞ୍ଚଳରେ ତାଙ୍କୁ ସ୍ବାଗତ କରିବା ସହ ସାଧୁବାଦ ଜ୍ଞାପନ କରାଯାଇଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More